ଓଡିଶା

odisha

ETV Bharat / bharat

ଆରମ୍ଭ ହେଲା ଶେଷ ପର୍ଯ୍ୟାୟ ମତଦାନ ମହାପର୍ବ - heavy weights

ଆରମ୍ଭ ହୋଇଯାଇଛି ଶେଷ ପର୍ଯ୍ୟାୟ ଭୋଟିଂ । ଏହି ପର୍ଯ୍ୟାୟରେ 8 ରାଜ୍ୟର 59 ଲୋକସଭା ଆସନ ପାଇଁ ହେଉଛି ମତଦାନ । ଏହି ପର୍ଯ୍ୟାୟରେ 96 ଜଣ ମହିଳା ପ୍ରାର୍ଥୀଙ୍କ ସମେତ ସର୍ବମୋଟ 918 ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବେ ।

ଫାଇଲ ଫଟୋ

By

Published : May 19, 2019, 7:10 AM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଶେଷ ପର୍ଯ୍ୟାୟ ଭୋଟିଂ । ଏହି ପର୍ଯ୍ୟାୟରେ 8 ରାଜ୍ୟର 59 ଲୋକସଭା ଆସନ ପାଇଁ ହେଉଛି ମତଦାନ । ଏହି ପର୍ଯ୍ୟାୟରେ 96 ଜଣ ମହିଳା ପ୍ରାର୍ଥୀଙ୍କ ସମେତ ସର୍ବମୋଟ 918 ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବେ । ଏହି ପର୍ଯ୍ୟାୟରେ ପାଖାପାଖି 10 କୋଟି ମତଦାତା ମତାଧିକାର ସାବ୍ୟସ୍ତ କରି ନିଜ ନିଜ ନେତାଙ୍କୁ ବାଛିବେ ।



ପୂର୍ବରୁ 6ଟି ପର୍ଯ୍ୟାୟରେ ମତାଦାନ ସରିଥିବା ବେଳେ ଅନେକ ସ୍ଥାନରେ ବ୍ୟାପକ ହିଂସା ପରିଲକ୍ଷିତ ମଧ୍ୟ ହୋଇଥିଲା । ତେବେ ଶେଷ ପର୍ଯ୍ୟାୟ ମତଦାନକୁ ଲକ୍ଷ୍ୟରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ପଶ୍ଚିମବଙ୍ଗରେ ଆଜିର ଭୋଟିଂ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ତେବେ 10 କୋଟି ମତଦାତାଙ୍କ ମଧ୍ୟରେ 5.2 କୋଟି ପୁରୁଷ ଭୋଟର ଥିବା ବେଳେ 4.7 କୋଟି ମହିଳା ଭୋଟର ଅଛନ୍ତି । ଏହା ବ୍ୟତିତ 3435 ସମଲିଙ୍ଗୀ ଭୋଟର ନିଜ ନିଜ ମତାଧିକାର ସାବ୍ୟସ୍ତ କରିବେ ଏହି ପର୍ଯ୍ୟାୟରେ ।

ତେବେ ଏହି ପର୍ଯ୍ୟାୟରେ ସର୍ବାଧିକ 86 ବର୍ଷ ବୟସର ପ୍ରାର୍ଥୀ(ସୁରଜ ସିଂହ କଲ୍ୟାଣ) ରତଲାମରୁ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବା ବେଳେ ଚଣ୍ଡିଗଢରୁ 36 ଜଣ ସର୍ବନିମ୍ନ ବୟସର ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ସେହିପରି ବିଜେପି ପକ୍ଷରୁ 44 ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଉଥିବା ବେଳେ କଂଗ୍ରେସର 46, ବସପାର 40, ସିପିଆଇ(ଏମ୍‌)ର 9, ଏସୟୁସିଆଇ(ସି)ର 13, ଏସପିର 9, ସିପିଆଇର 9, ଆରଜେଡି 3, ସ୍ବାଧୀନ ପ୍ରାର୍ଥୀ 315 ଏବଂ ଅନ୍ୟାନ୍ୟ 433 ପ୍ରାର୍ଥୀ ନିଜ ନିଜ ଭାଗ୍ୟ ପରୀକ୍ଷା କରିବେ ।



ସେହିପରି ହେଭିୱେଟଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି(ବିଜେପି), ଶିବୁ ସୋରେନ(ଜେଏମଏମ୍‌), ଆର.କେ ସିଂହ(ବିଜେପି), ଅଶ୍ବିନୀ କୁମାର ଚୌବେ(ବିଜେପି), ମିଶା ଭାରତୀ(ଆରଜେଡି), କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା, ରବିଶଙ୍କର ପ୍ରସାଦ, ହର୍‍ସିମ୍‍ରତ୍‍ କୌର ବାଦଲ୍‍ ଏବଂ ହର୍‍ଦୀପ୍‍ ସିଂ ପୁରୀ । କିରଣ ଖେର୍‍(ବିଜେପି), ସନ୍ନି ଦେଓଲ(ବିଜେପି), ରବି କିଶନ(ବିଜେପି), ସୁଖ୍‍ବୀରସିଂହ ବାଦଲ (ଶିରୋମଣି ଅକାଳି ଦଳ), ମୀରା କୁମାର(କଂଗ୍ରେସ) ଏବଂ ଶତ୍ରୁଘ୍ନ ସିହ୍ନା(କଂଗ୍ରେସ) ।

ତେବେ ଏହି ପର୍ଯ୍ୟାୟରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଥିବା ରମେଶ କୁମାର ଶର୍ମା(1107 କୋଟି), ଶିରୋମଣି ଅକାଳି ଦଳର ସୁଖ୍‍ବୀରସିଂହ ବାଦଲ(217 କୋଟି) ଏବଂ ହର୍‍ସିମ୍‍ରତ୍‍ କୌର ବାଦଲ୍‍ (217 କୋଟି) ସର୍ବାଧିକ ଧନୀ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ।

ABOUT THE AUTHOR

...view details