ଓଡିଶା

odisha

ETV Bharat / bharat

ଶ୍ରାବଣ ଶେଷ ସୋମବାର, ଦେଖନ୍ତୁ ମହାକାଳେଶ୍ବରଙ୍କ ଭସ୍ମ ଆରତୀର ଅପୂର୍ବ ଦୃଶ୍ୟ - Bhasma aarti' performed in Ujjain's Mahakaleshwar Temple

ଆଜି ହେଉଛି ସେହି ଭୋଳା ଶଙ୍କରଙ୍କ ପବିତ୍ର ଶ୍ରାବଣର ଶେଷ ସୋମବାର। ସମସ୍ତ ଶୈବ ପୀଠରେ ଜୋରସୋରରେ ଚାଲିଛି ବାବାଙ୍କ ପୂଜା ପାଠ। ତେବେ ସକାଳୁ ଆରମ୍ଭ ହୋଇଯାଇଛି ଉଜୈନ ମହାକାଳେଶ୍ବରଙ୍କ ଭଷ୍ମ ଆଳତୀ।

ଶ୍ରାବଣର ଶେଷ ସୋମବାର, ଦେଖନ୍ତୁ ମହାକାଳେଶ୍ବରଙ୍କ ଭସ୍ମ ଆରତୀର ଅପୂର୍ବ ଦୃଶ୍ୟ
ଶ୍ରାବଣର ଶେଷ ସୋମବାର, ଦେଖନ୍ତୁ ମହାକାଳେଶ୍ବରଙ୍କ ଭସ୍ମ ଆରତୀର ଅପୂର୍ବ ଦୃଶ୍ୟ

By

Published : Aug 3, 2020, 7:50 AM IST

ନୂଆଦିଲ୍ଲୀ: ଶିବ ସେ ଶାଶ୍ବତ, ସେ ସୁନ୍ଦର। 33 କୋଟି ଦେବା ଦେବୀଙ୍କ ମଧ୍ୟରେ ସେ ଅନ୍ୟତମ। ପରମେଶ୍ୱରଙ୍କ ସଂହାରଶକ୍ତି ଅପାର । ତାଙ୍କ ତାଣ୍ଡବ ଓ ତୃତୀୟ ନୟମ ଖୋଲିଲେ ସବୁ କିଛି ଭସ୍ମ ହୋଇଯିବ। ସେ ଦେବ ଦେବ ମହାଦେବ। ଭୋଳାବାବାଙ୍କ କୋପେ ବର ନଚେତ୍ ତପେ ବର। ଭଗବାନ ଶଙ୍କର ନିଜ ଭକ୍ତର ଭକ୍ତିରେ ଖୁବ୍‌ ଜଲଦି ପ୍ରସନ୍ନ ହେବା ସହ ଭକ୍ତର ମନସ୍କାମନା ପୂରଣ କରିଥାନ୍ତି।

ଆଜି ହେଉଛି ସେହି ଭୋଳା ଶଙ୍କରଙ୍କ ପବିତ୍ର ଶ୍ରାବଣର ଶେଷ ସୋମବାର। ସମସ୍ତ ଶୈବ ପୀଠରେ ଜୋରସୋରରେ ଚାଲିଛି ବାବାଙ୍କ ପୂଜା ପାଠ। ଡମ୍ବୁରଧାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲାଗି ପଡିଛନ୍ତି ଭକ୍ତ ଠୁ ପୂଜକ। ତେବେ ଚଳିତ ବରଷ 'ହରହର ମହାଦେବ', ବୋଲବମ୍, ଜଟିଆ ବାବା ପାର୍ କରେଗା ଭଳି ନାରାରେ ସହରର କମ୍ପୁ ନାହିଁ ସତ ହେଲେ ଭକ୍ତି ଓ ଭାବର ସେ ମାହୋଲ କମିନାହିଁ।

ତେବେ ସକାଳୁ ଆରମ୍ଭ ହୋଇଯାଇଛି ଉଜୈନ ମହାକାଳେଶ୍ବରଙ୍କ ଭଷ୍ମ ଆଳତୀ। ଏହାସହ ଆଜି ହେଉଛି ରକ୍ଷା ବନ୍ଧନ। ପୂଜକମାନେ ଶିବ ପଞ୍ଚାକ୍ଷର ମନ୍ତ୍ର ସହ ଭସ୍ମ ଚିତାରେ ପ୍ରଭୁଙ୍କ ଶୃଙ୍ଗାର କରୁଛନ୍ତି। ଭୋର ୪ଟା ସମୟରେ ମହାକାଳଙ୍କ ଭସ୍ମ ଏହି ଭସ୍ମ ଆରତୀ ପ୍ରତ୍ୟେକ ଦିନ ଆରମ୍ଭ ହୋଇଥାଏ।

ଏପଟେ ଦିଲ୍ଲୀର ଚାନ୍ଦନୀ ଚୌକସ୍ଥିତ ଗୌରୀ ଶଙ୍କର ମନ୍ଦିରରେ ଏବଂ ସୋମବାର 'ରକ୍ଷା ବନ୍ଧନରେ'ରେ ଭକ୍ତଙ୍କ ଭିଡ ଲାଗିଛି। ସମସ୍ତେ ସାମାଜିକ ଦୂରତା ଓ ମାସ୍କ ପିନ୍ଧି ପ୍ରଭୁଙ୍କୁ ଦର୍ଶନ ପାଇଁ ଲମ୍ବା ଲାଇନରେ ଛିଡା ହୋଇ ପ୍ରାର୍ଥନା କରୁଛନ୍ତି। କୋରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ସବୁ ମନ୍ଦିରରେ ଥର୍ମାଲ ସ୍କ୍ରିନ ପରେ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳୁଛି।

ABOUT THE AUTHOR

...view details