ଓଡିଶା

odisha

ETV Bharat / bharat

ସିବିଏସଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର, ପାସ୍ ପାଇଁ ମିଳିବ ଆଉ ଏକ ସୁଯୋଗ - CBSE 10th 12th Exam 2021

ସିବିଏସଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ବୋର୍ଡ ପରୀକ୍ଷାରେ ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ ଅସଫଳ ପରୀକ୍ଷାର୍ଥୀଙ୍କୁ ବାର୍ଷିକ ପରୀକ୍ଷା ୨୦୨୧ରେ ସାମିଲ ହେବା ପାଇଁ ମିଳିବ ସୁଯୋଗ । ଅଧିକ ପଢନ୍ତୁ...

last five year failed students can take cbse class 10 and class 12 exam
ସିବିଏସଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର, ପାସ୍ ପାଇଁ ମିଳିବ ଆଉ ଏକ ସୁଯୋଗ

By

Published : Oct 28, 2020, 12:12 PM IST

ନୂଆଦିଲ୍ଲୀ: ସିବିଏସଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ବୋର୍ଡ ପରୀକ୍ଷାରେ ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ ଅସଫଳ ପରୀକ୍ଷାର୍ଥୀଙ୍କୁ ବାର୍ଷିକ ପରୀକ୍ଷା ୨୦୨୧ରେ ସାମିଲ ହେବା ପାଇଁ ମିଳିବ ସୁଯୋଗ । ବୋର୍ଡ ଅନୁଯାୟୀ, 2015 ବୋର୍ଡ ପରୀକ୍ଷାରେ ବିଫଳ ହୋଇଥିବା ଛାତ୍ରମାନେ ବାର୍ଷିକ ପରୀକ୍ଷା 2021 ରେ ମଧ୍ୟ ସାମିଲ ହୋଇପାରିବେ । ତେବେ ବୋର୍ଡ ଦଶମ ଓ ଦ୍ବାଦଶ ଶ୍ରେଣୀ ପ୍ରାଇଭେଟ୍ ବିଦ୍ୟାର୍ଥୀଙ୍କ ପାଇଁ ପରୀକ୍ଷା ଫର୍ମର ତାରିଖ ମଧ୍ୟ ଜାରି କରିଛି । ପରୀକ୍ଷାର୍ଥୀ ନଭେମ୍ବର ୧୧ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ। ଏଥିପାଇଁ ତାଙ୍କୁ ୧୫ ଶହ ଟଙ୍କା ଦେବାକୁ ପଡ଼ିବ । ଏହା ସହ ବିଳମ୍ବିତ ଶୁକ୍ଳ ସହ ନଭେମ୍ବର ୨୧ ସୁଦ୍ଧା ଫର୍ମ ପୂରଣ କରିବାର ସୁବିଧା ରହିଛି ।

ଅବଶ୍ୟ ୨୦୨୧ ବାର୍ଷିକ ପରୀକ୍ଷା ନିୟମିତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫର୍ମ ଅକ୍ଟୋବର ୩୦ ପର୍ଯ୍ୟନ୍ତ ରହିଛି । ବୋର୍ଡ ଅନୁସାରେ ବାର୍ଷିକ ପରୀକ୍ଷାରେ ଫେଲ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ୨୦୨୦ କପାଣ୍ଟମେଣ୍ଟରେ ସାମିଲ ପରୀକ୍ଷାର୍ଥୀ, ସେପ୍ଟେମ୍ବର ୨୦୨୦ କମ୍ପାଟମେଣ୍ଟରେ ସାମିଲ ଛାତ୍ର ମଧ୍ୟ ଫର୍ମ ପୂରଣ କରିପାରିବେ ।

ବୋର୍ଡ ଅନୁସାରେ ଯେଉଁ ପରୀକ୍ଷାର୍ଥୀ ବାର୍ଷିକ ପରୀକ୍ଷା ୨୦୨୦ରେ ଗଣିତରେ ଫେଲ ହୋଇଥିବେ ସେମାନେ ମ୍ୟାଥମେଟିକ୍ସ ବେସିକ ପରୀକ୍ଷାରେ ସାମିଲ ହୋଇପାରିବେ । ବୋର୍ଡ ମ୍ୟାଥମେଟିକ୍ସ ଷ୍ଟାଣ୍ଡାର୍ଡ ପରୀକ୍ଷାର୍ଥୀଙ୍କୁ ଷ୍ଟାଣ୍ଡର୍ଡ ଓ ବେସିକ ଦୁଇଟିରେ ସାମିଲ ହେବାର ସୁଯୋଗ ଦେଇଛି । ସିବିଏସଇ ପ୍ରଥମଥର ପାଇଁ ଛଅ ବର୍ଷ ପର୍ଯ୍ୟନ୍ତ ଫେଲ ଛାତ୍ରଙ୍କୁ ବୋର୍ଡ ପରୀକ୍ଷାରେ ସାମିଲ ହେବାର ସୁଯୋଗ ଦେଇଛି ।

ABOUT THE AUTHOR

...view details