ଓଡିଶା

odisha

By

Published : Dec 8, 2019, 11:22 PM IST

Updated : Dec 8, 2019, 11:49 PM IST

ETV Bharat / bharat

ଦିଲ୍ଲୀ ଅଗ୍ନିକାଣ୍ଡ: ମୃତ୍ୟୁ ପୂର୍ବରୁ ଶେଷ କଲ, 'ମୋ ପରିବାରର ଧ୍ୟାନ ରଖିବୁ'

ଅଡିଓ କଲରେ ମୃତ୍ୟୁକୁ ସାମ୍ନା କରୁଥିବା ଜଣେ ବ୍ୟକ୍ତି ନିଜ ସାଙ୍ଗକୁ କହୁଛି ମୁଁ ବଞ୍ଚିବିନି, ତୁ ମୋ ପରିବାରର ଧ୍ୟାନ ରଖିବୁ ।

ଦିଲ୍ଲୀ ଅଗ୍ନିକାଣ୍ଡ
ଦିଲ୍ଲୀ ଅଗ୍ନିକାଣ୍ଡ: ମୃତ୍ୟୁ ପୂର୍ବରୁ ଶେଷ କଲ, 'ମୋ ପରିବାରର ଧ୍ୟାନ ରଖିବୁ'

ନୂଆଦିଲ୍ଲୀ: ଭାଇ ସବୁ କିଛି ସରିଯିବ । ଯିବାର ରାସ୍ତା ନାହିଁ । ନିଶ୍ବାସ ବି ନେଇ ହେଉନି । ଘରର ଧ୍ୟାନ ରଖିବ । କିଛି ଏପରି ଥିଲା ସେହି ମୂହୁର୍ତ୍ତ । ଦିଲ୍ଲୀର ରାଣୀ ଝାନ୍ସୀ ରୋଡରେ ଘଟିଥିବା ଅଗ୍ନିକାଣ୍ଡରେ ସବୁ କିଛି ଜଳି ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡରେ ଚାଲିଯାଇଛି 43 ଜୀବନ । ଘଟଣାସ୍ଥଳରୁ ଜଣେ ମୃତକଙ୍କ ଶେଷ ଫୋନ କଲ ରେକର୍ଡ ସାମନ୍ନାକୁ ଆସିଛି । ଯାହାକୁ ଶୁଣିଲେ ଯେ କେହି ବି ସ୍ତବ୍ଧ ହୋଇଯିବ ।

ଦିଲ୍ଲୀ ଅଗ୍ନିକାଣ୍ଡ: ମୃତ୍ୟୁ ପୂର୍ବରୁ ଶେଷ କଲ, 'ମୋ ପରିବାରର ଧ୍ୟାନ ରଖିବୁ'


ରାଜଧାନୀ ଦିଲ୍ଲୀର ରାଣୀ ଝାନ୍ସୀ ରୋଡରେ ରବିବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ 43 ଲୋକଙ୍କର ମୃତ୍ୟୁ ନେଇ ସୂଚନା ମିଳିଛି । ଏବେ ଏହି ଘଟଣାକୁ ନେଇ ଏପରି ଏକ ଫୋନ କଲ ରେକର୍ଡ ସାମ୍ନାକୁ ଆସିଛି ଯାହା ହୃଦୟ ଥରାଇଦେବ । ଅଡିଓ କଲରେ ମୃତ୍ୟୁକୁ ସାମ୍ନା କରୁଥିବା ଜଣେ ବ୍ୟକ୍ତି ନିଜ ସାଙ୍ଗକୁ କହୁଛି ମୁଁ ବଞ୍ଚିବିନି, ତୁ ମୋ ପରିବାରର ଧ୍ୟାନ ରଖିବୁ । ଏହି ଅଡିଓରେ ମହମ୍ମଦ ମୁସାରଫ ମୃତ୍ୟୁ ପୂର୍ବରୁ ତାଙ୍କ ସାଙ୍ଗ ମୋନୁ ଅଗ୍ରଓ୍ବାଲକୁ କରିଥିଲେ । ଶୁଣନ୍ତୁ:

Last Updated : Dec 8, 2019, 11:49 PM IST

ABOUT THE AUTHOR

...view details