ଓଡିଶା

odisha

ETV Bharat / bharat

ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦକୁ 10 ବର୍ଷ ଜେଲ - ହାଫିଜ ସୟିଦ

ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦକୁ 10 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ହାଫିଜ ସୟିଦ ସହ ତାର ଦୁଇ ସହଯୋଗୀ ଜାଫର ଇକବାଲ ଓ ୟାହା ମୁଜାହିଦଙ୍କୁ 10 ବର୍ଷ 6 ମାସ ଜେଲ ଦଣ୍ଡାଦେଶ ଶୁଣାଇଇଛନ୍ତି ପାକିସ୍ତାନର ଆଣ୍ଟି-ଟେରରିଜିମ କୋର୍ଟ । ଅଧିକ ପଢ଼ନ୍ତୁ...

ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦକୁ 10 ବର୍ଷ ଜେଲ
ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦକୁ 10 ବର୍ଷ ଜେଲ

By

Published : Nov 19, 2020, 6:39 PM IST

ନୂଆଦିଲ୍ଲୀ: 26/11 ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ 10 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ପାକିସ୍ତାନରେ ଆତଙ୍କବାଦ ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରଶୟ ଦେବା ଅଭିଯୋଗରେ ପାକିସ୍ତାନର ଆଣ୍ଟି-ଟେରରିଜିମ କୋର୍ଟ ହାଫିଜ ସୟିଦକୁ 10 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

ହାଫିଜ ସୟିଦ ସହ ତାର ଦୁଇ ସହଯୋଗୀ ଜାଫର ଇକବାଲ ଓ ୟାହା ମୁଜାହିଦଙ୍କୁ 10 ବର୍ଷ 6 ମାସ ଜେଲ ଦଣ୍ଡାଦେଶ ଶୁଣାଇଇଛନ୍ତି ପାକିସ୍ତାନର ଆଣ୍ଟି-ଟେରରିଜିମ କୋର୍ଟ । ଏହାସହ ହାଫିଜ ସୟିଦର ଭିଣୋଇଙ୍କୁ ଅବଦୁଲ ରହେମାନ ମାକ୍କୀକୁ 6 ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଓ ଜମାତ-ଉଦ-ଦାୱାର ମୁଖ୍ୟ ହାଫିଜ ସୟିଦକୁ ଆଉ ଦୁଇଟି ଅଭିଯୋଗରେ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । 2008ରେ ହୋଇଥିବା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ହାଫିଜ। ଯୋଜନା ବଦ୍ଧ ଭାବେ ମୁମ୍ବାଇର ହୋଟେଲ ତାଜ, ଅବରାୟ ହୋଟେଲ ଓ ନରିମନ ହାଉସରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ 166 ଜଣ ନୀରିହ ଜନତା ପ୍ରାଣ ହରାଇଥିଲେ। ଏହାପରେ ଭାରତ ପକ୍ଷରୁ ହାଫିଜ ସୟିଦକୁ ଫେରାଇବାକୁ ନାନା ଚେଷ୍ଟା କାରଯାଇଥିଲା। ତେବେ ପାକିସ୍ତାନ ଏଥିରେ ଭାରତକୁ ସହଯୋଗ କରିନଥିଲା ।

ହଫିଜ ସୟିଦର ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଜାତିସଂଘ ଓ ଆମେରିକା ପକ୍ଷରୁ ତାକୁ ବିଶ୍ବ ପ୍ରମୁଖ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଥିଲା। ଏହାପରେ ହାଫିଜ ସୟିଦ ଉପରେ 10 ମିଲିୟନ ଡଲାର ପୁରସ୍କାର ରାଶି ରଖାଯାଇଥିଲା। ଜାତିସଂଘ ପକ୍ଷରୁ ବାରମ୍ବାର ଚାପ ପଡ଼ିବା ପରେ ଗତବର୍ଷ ଜୁଲାଇ ମାସରେ ହାଫିଜ ସୟିଦକୁ ଗିରଫ କରାଯାଇଥିଲା। ଲାହୋରର କୋଟ ଲଖପତ ଜେଲରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହାଫିଜକୁ ରଖାଯାଇଥିଲା ।

ଆତଙ୍କବାଦୀ ସଂଗଠନ ଜମାତ-ଉଦ-ଦାୱା ନେତାଙ୍କ ବିରୋଧରେ 41ଟି ମାମଲା ରୁଜୁ ହୋଇଛି। ହାଫିଜ ସୟିଦ ଓ ଅନ୍ୟ ନେତାଙ୍କ ବିରୋଧରେ ବର୍ତ୍ତମାନ 4ଟି ମାମଲାର ଶୁଣାଣି ହୋଇଛି। ବାକିଥିବା ମାମଲା ପାକିସ୍ତାନର ଆଣ୍ଟି-ଟେରରିଜିମ କୋର୍ଟରେ ବିଚାରାଧୀନ ରହିଛି।

ଗତବର୍ଷ ପୁଲୱାମା ଆକ୍ରମଣ ପରେ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ଜାତିସଂଘରେ ପ୍ରମାଣ ଦେଇଥିଲା ଭାରତ। ପୁଲୱାମା ଆକ୍ରମଣରେ ଜୈଶ-ଏ-ମହମ୍ମଦର ହାତ ରହିଥିଲା। ଏହି ସଂଗଠନକୁ କିଭଳି ଭାବେ ପାକିସ୍ତାନର ସଂଗଠନ ସହଯୋଗ କରିଥିଲା ଏହାର ମଧ୍ୟ ପ୍ରମାଣ ଦେଇଥିଲା ଭାରତ। ଏହାପରେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ଜାତିସଂଘ ପକ୍ଷରୁ କଡ଼ା ଟିପ୍ପଣୀ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details