ମୁମ୍ବାଇ: କୋରୋନା ସଂକ୍ରମଣ ରୋକିବା ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଅନ୍ୟପଟେ କ୍ବାରେଣ୍ଟିନ ସେଣ୍ଟରରେ ଥିବା ଲୋକଙ୍କୁ ପୋକ ମିଶା ଖାଦ୍ୟ ଦିଆଯାଉଛି । ଯାହା ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅମଦ ଘନସ୍ବାଙ୍ଗୀରେ ଥିବା କ୍ବାରେଣ୍ଟିନ ସେଣ୍ଟରରେ ।
ସୂଚନା ଅନୁଯାୟୀ, ଗତ ଶନିବାର କୋରୋନା ରୋଗୀଙ୍କୁ ବାସି ଉପମା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ରବିବାର ଖାଦ୍ୟରୁ ପୋକ ବାହାରିଥିବା ଅଭିଯୋଗ ହୋଇଛି । ଏଣୁ ଏଭଳି ପରିସ୍ଥିତିରେ ଲୋକମାନେ କହିଛନ୍ତି, ‘ଆମେ ଭିକ ମାଗୁନାହୁଁ’ । ଆମେ ପୋକ ଖାଇ ମରିବା ଅପେକ୍ଷା କୋରୋନାରେ ମରିବାକୁ ପସନ୍ଦ କରିବୁ ।