ଓଡିଶା

odisha

ETV Bharat / bharat

ସର୍ବବୃହତ ଟୀକାକରଣ ଆରମ୍ଭ; ଦ୍ବିତୀୟ ଡୋଜ ବଢାଇବ ରୋଗପ୍ରତିରୋଧ ଶକ୍ତି

ଦେଶରେ 3000ରୁ ଅଧିକ କେନ୍ଦ୍ରରେ ଟୀକାକରଣ ଆରମ୍ଭ । ଦ୍ବିତୀୟ ଡୋଜ ପରେ ଶରୀରରେ ବୃଦ୍ଧି ହେବ ରୋଗପ୍ରତିରୋଧ ଶକ୍ତି । ତେଣୁ ଏହା ପୂର୍ବରୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଜରୁରୀ କହିଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ସର୍ବବୃହତ ଟୀକକରଣ ଆରମ୍ଭ
ସର୍ବବୃହତ ଟୀକକରଣ ଆରମ୍ଭ

By

Published : Jan 16, 2021, 12:56 PM IST

Updated : Jan 16, 2021, 1:23 PM IST

ନୂଆଦିଲ୍ଲୀ:କୋରୋନା ମହାମାରୀ ବିରୋଧରେ ଭାରତର ନୂଆ ଇତିହାସ । ଆରମ୍ଭ ହେଲା ଦେଶବ୍ୟାପୀ ସର୍ବବୃହତ୍ତ ଟୀକାକରଣ । କୋରୋନା ବିରୋଧରେ ଅନ୍ତିମ ତଥା ନିର୍ଣ୍ଣାୟକ ଲଢେଇ କରୁଛି ଦେଶ । ସକାଳ 10ଟା ବାଜି 30 ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଟିକାର ଶୁଭାରମ୍ଭ କରି ମହାମାରୀ ବିରୋଧରେ ଆରମ୍ଭ କରିଦେଇଛନ୍ତି ମହାଲଢେଇ । ଟୀକାକରଣର ମହାଅଭିଯାନକୁ ଶୁଭାରମ୍ଭ କରିବା ସହ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରି ସଚେତନ କରିଥିଲେ ।

ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଟୀକାକରଣର ଶୁଭାରମ୍ଭ କରିଛନ୍ତି । ଆଜି ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ ହେଉଥିବାରୁ ଏକ ପ୍ରକାର ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଗଣତନ୍ତ୍ରର ମହାପର୍ବ ନିର୍ବାଚନ ଭଳି ଟୀକାକରଣ ମହାପର୍ବରେ ପରିଣତ ହୋଇଛି । ପ୍ରଥମ ପର୍ଯ୍ୟାୟରେ 3000ରୁ ଅଧିକ କେନ୍ଦ୍ରରେ ଟୀକାକରଣ ହେଉଥିବାବେଳେ ପ୍ରାଥମିକ ଟିକା ଖର୍ଚ୍ଚ ବହନ କରିବ କେନ୍ଦ୍ର । ଭ୍ୟାକସିନ ସହ ମାସ୍କ ଓ ସାମାଜିକ ଦୂରତା ବଜାୟୀ ରଖିବାକୁ ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି ।

ଟୀକାକରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ କୋରୋନା ଟିକା । ଦେଶର ପ୍ରାୟ 3 କୋଟି ସ୍ବାସ୍ଥ୍ୟ ସେବା ସହ ଜଡିତ କର୍ମଚାରୀଙ୍କୁ ଦିଆଯିବ ଟିକା । ଦେଶରେ କୋରୋନା ଚିହ୍ନଟ ହେବା ପରେ ଏହି ସ୍ବାସ୍ଥ୍ୟକର୍ମୀ ହିଁ ନିଜ ଜୀବନକୁ ବାଜିରେ ଲଗାଇ ସାଜିଥିଲେ ଆଗ ଧାଡିର କୋରୋନା ଯୋଦ୍ଧା । ତେଣୁ ପ୍ରଥମେ କୋରୋନା ଟିକା ନେବାକୁ ସେମାନେ ହକଦାର ବୋଲି ମୋଦି ନିଜ ସମ୍ବୋଧନରେ କହିଛନ୍ତି । ସଙ୍କଟ ସମୟରେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ଆମ୍ବୁଲାନ୍ସ ଡ୍ରାଇଭର, ଆଶାକର୍ମୀ, ସଫେଇ କର୍ମଚାରୀ, ପୋଲିସଙ୍କ ଅବଦାନକୁ ମୋଦି ଧନ୍ୟବାଦ ଜଣାଇଥିଲେ ।

କୋରୋନା ବିରୋଧରେ ଲଢେଇ ପଛରେ ଭାରତୀୟ ବୌଜ୍ଞାନିକ, ଭ୍ୟାକସିନ ରିସର୍ଚ୍ଚର ସହିତ ଜଡିତ ବିଶେଷ ଅଧିକାରୀଙ୍କ ଅବଦାନ ଅତୁଳୀୟ । ଦୀର୍ଘ ଦିନ ଧରି ଭ୍ୟାକସିନ ପ୍ରସ୍ତୁତ ଦିଗରେ ଲାଗିପଡିଥିଲେ । ସାଧାରଣତଃ ଭ୍ୟାକସିନ ବିକାଶ କରିବାକୁ ହେଲେ ବର୍ଷ ବର୍ଷ ଲାଗିଯାଏ । କିନ୍ତୁ ଖୁବ ଅଳ୍ପ ସମୟ ମଧ୍ୟରେ ଭାରତ ଦୁଇଟି ‘ମେଡ ଇନ ଇଣ୍ଡିଆ’ ଭ୍ୟାକସିନ ବିକାଶ ହୋଇପାରିଛି । ଭ୍ୟାକସିନର ଦୁଇଟି ଡୋଜ ଅଧିକ ଗୁରୁତ୍ବପୂର୍ଣ୍ଣ । ପ୍ରଥମ ଡୋଜ ନେବାର 1 ମାସ ପରେ ଦ୍ବିତୀୟ ଡୋଜ ଦିଆଯିବ । ବିଶେଷଜ୍ଞଙ୍କ ଅନୁସାରେ ଦ୍ବିତୀୟ ଡୋଜ ନେବା ପରେ ହିଁ ଶରୀରେ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ହୋଇଥାଏ । ତେବେ ସେ ପର୍ଯ୍ୟନ୍ତ ଦୋ ଗଜକି ଦୂରତା ଓ ମାସ୍କ ବି ଜରୁରୀ ବୋଲି ମୋଦି ଚେତାଇ ଦେଇଛନ୍ତି ।

ବିଶ୍ବରେ 100ରୁ ଅଧିକ ଦେଶ ରହିଛି । ହେଲେ ଭାରତରେ ପ୍ରଥମଥର ତଥା ପ୍ରଥମ ପର୍ଯ୍ୟାୟରେ ହିଁ 3 କୋଟି ଲୋକଙ୍କୁ ଟୀକାକରଣ ଦେଇ ଏକ ନୂତନ ଇତିହାସ ସୃଷ୍ଟି କରିଛି । ଟୀକାକଣର ଦ୍ବିତୀୟ ପର୍ଯ୍ୟାୟରେ 30 କୋଟି ଭାରତୀୟ ଟିକା ନେବାର ଲକ୍ଷ୍ୟ ରଖାଯାଇଛି । ଏହି ପର୍ଯ୍ୟାୟରେ ବୟସ୍କ, ଗୁରୁତର ସ୍ବାସ୍ଥ୍ୟ ରୋଗୀ ଟିକା ନେବେ । ଭାରତ, ଚୀନ୍ ଏବଂ ଆମେରିକା ଏତେ ସଂଖ୍ୟକ ଲୋକଙ୍କୁ ଟୀକାକରଣ କରୁଛି ।

ଭାରତର ଭ୍ୟାକସିନ ବୈଜ୍ଞାନିକ, ଆମର ମେଡିକାଲ ସିଷ୍ଟମ, ଭାରତର ପ୍ରକ୍ରିୟା ପୁରା ବିଶ୍ବର ସବୁଠାରୁ ଅଧିକ ବିଶ୍ବସନୀୟତା ରହିଛି । ଭାରତ ବିଶ୍ବାସରେ ଏକ ଟ୍ରାକ ରେକର୍ଡ କରିଛି ବୋଲି ପିଏମ କହିଛନ୍ତି ।

ଜାନୁଆରୀ 30ରେ ଦେଶରେ ପ୍ରଥମ କୋରୋନା ଚିହ୍ନଟ ହୋଇଥିଲା । ବିଶ୍ବରେ କୋରୋନାର ଆତଙ୍କ ଏହାର ଦୁଇ ଦିନ ପୂର୍ବରୁ ଦେଶରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ଗତବର୍ଷ ଆଜିର ଦିନରେ ଭାରତରେ ସର୍ଭିଲାନ୍ସ ଆରମ୍ଭ କରିଦେଇଥିଲା । ଗତ ଜାନୁଆରୀ 17ରେ ଭାରତ ପ୍ରଥମ ଦେଶ ଭାବେ ଭାରତ ଏୟାରପୋର୍ଟରେ ଯାତ୍ରୀଙ୍କ ସ୍କ୍ରିଂନି କରାଯାଇଥିଲା । ଜନତା କର୍ଫୁ, ଲକାଡଉନ ଓ ସଟଡାଉନକୁ ଦେଶବାସୀଙ୍କ ସମର୍ଥନକୁ ମୋଦି ପୁଣି ଥରେ ପ୍ରଶଂସା କରିଥିଲେ ।

ବିଦେଶ ଟିକା ଅପେକ୍ଷା ଭାରତୀୟ ଟିକା ବହୁ ଶସ୍ତା କିନ୍ତୁ ସମାନ ପ୍ରଭାବଶାଳୀ । ବିଦେଶରେ କିଛି ଟିକା ଅଛି, ଯାହାର ଗୋଟିଏ ଡୋଜ ମାତ୍ରା 5,000 ପର୍ଯ୍ୟନ୍ତ ରହିଛି । ଟିକାକୁ -70 ଡିଗ୍ରୀ ତାପମାତ୍ରାରେ ଫ୍ରିଜରେ ରଖିବାକୁ ପଡିଥାଏ ।

‘ବନ୍ଦେ ଭାରତ’ ମିଶନରେ 35 ଲକ୍ଷ ଭାରତୀୟ ଦେଶକୁ ଅଣାଯାଇଥିଲା । ବହୁ ଜିଲ୍ଲାରେ କୋରୋନାରେ କାହାରି ମଧ୍ୟ ମୃତ୍ୟୁ ହୋଇନାହିଁ । ଦେଢ ଶହରୁ ଅଧିକ ଦେଶକୁ ମେଡିସନ ପଠାଇଛି । ନିଜ ଦେଶ ସହ ଅନ୍ୟ ଦେଶର ଲୋକଙ୍କୁ ମଧ୍ୟ ବଞ୍ଚାଇବାକୁ ଚେଷ୍ଟା କରିଛି ଭାରତ । କୋଭାକ୍ସିନ ଓ କୋଭିସିଲ୍ଡ ପରେ ଆଉ ଆସିବ 4 ଭ୍ୟାକସିନ । ଏହି 2ଟି ଭ୍ୟାକସିନ ପରେ ଆଉ 4ଟି ଟିକା ଆସିବାର ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 16, 2021, 1:23 PM IST

ABOUT THE AUTHOR

...view details