ଓଡିଶା

odisha

ETV Bharat / bharat

ନୋଏଡାରେ ବିଶ୍ବର ବଡ ପ୍ଲାଷ୍ଟିକ ଅରଟ - ପ୍ଲାଷ୍ଟିକ

ଅରଟ, ଯାହାକୁ ବ୍ୟବହାର କରୁଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଆଉ ଏବେ ବିଶ୍ବର ସବୁଠୁ ବଡ ଅରଟ ନିର୍ମାଣ ହୋଇଛି ଭାରତରେ । ତାହା ପୁଣି ଅଦରକାରୀ ପ୍ଲାଷ୍ଟିକରୁ । ପ୍ଲାଷ୍ଟିକ ବିରୋଧରେ ଚାଲିଥିବା ଅଭିଯାନରେ ଆମର ସ୍ବତନ୍ତ୍ର ଉପସ୍ଥାପନା ।

fight against plastics
ନୋଏଡାର ପ୍ଲାଷ୍ଟିକ ଅରଟ

By

Published : Jan 2, 2020, 8:08 AM IST


ନୋଏଡା: ବିଶ୍ବର ସବୁଠୁ ବଡ ଅରଟ । ଯାହା ପ୍ରସ୍ତୁତ ହୋଇଛି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ । ଉତ୍ତରପ୍ରଦେଶର ନୋଏଡା ମାଟିରେ ଛିଡା ହୋଇଥିବା ଏହି ଅରଟର ଓଜନ ପ୍ରାୟ 1650 କିଲୋଗ୍ରାମ । ଯାହାକି ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ବାର୍ତ୍ତା ଦେଉଛି । ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀରେ ଏହାକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।

ନୋଏଡାର ପ୍ଲାଷ୍ଟିକ ଅରଟ

ମହାମାୟା ଫ୍ଲାଏଓଭର ସେକ୍ଟର 94ରେ ସ୍ଥାପିତ ହୋଇଛି ଏହି ଅରଟ । ଯାହାର ଉଚ୍ଚତା 14ଫୁଟ, ଲମ୍ବ 20 ଫୁଟ ଓ ମୋଟେଇ 8 ଫୁଟ୍ ରହିଛି । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ନିର୍ମିତ ହୋଇଥିବା ଏହି ଅରଟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ ଓ ଏସିଆ ବୁକ୍ ଅଫ ରେକର୍ଡ୍ସରେ ସ୍ଥାନ ପାଇବାରେ ହୋଇଛି ସଫଳ ।

ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାର ସମ୍ପର୍କରେ ସଚେତନ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରଛନ୍ତି ସରକାର । ଯାହା ବେଶ୍ ପ୍ରଶଂସନୀୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details