ଓଡିଶା

odisha

ETV Bharat / bharat

ଭାଷାକୁ ନେଇ ବଙ୍ଗ ଓ ଆସାମ ମୁହାଁମୁହିଁ - asam

ବଙ୍ଗାଳୀ ଭାଷାକୁ ଆସାମର ପ୍ରଥମ ଭାଷା କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଚଳାଇଥିବା ଅଭିଯାନକୁ ଅନେକ ବଙ୍ଗାଳୀ ସଙ୍ଗଠନ ନିନ୍ଦା କରିଛନ୍ତି । ବୁଦ୍ଧିଜୀବୀ ସମୂହଙ୍କ ଏହି ଅଭିଯାନ ବିରୁଦ୍ଧରେ ଆସାମର ବିଭିନ୍ନ ପୋଲିସ ଷ୍ଟେସନରେ ଅଭିଯାଗ ଦାଖଲ କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jun 5, 2019, 12:20 PM IST

ଗୌହାଟୀ: ପଶ୍ଚିମବଙ୍ଗର ଏକ ବୁଦ୍ଧିଜୀବୀ ସମୂହ ବଙ୍ଗାଳୀକୁ ଆସାମର ପ୍ରଥମ ଭାଷା କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଚଳାଇଥିବା ଅଭିଯାନକୁ ଅନେକ ବଙ୍ଗାଳୀ ସଙ୍ଗଠନ ନିନ୍ଦା କରିଛନ୍ତି ।

ବୁଦ୍ଧିଜୀବୀ ସମୂହଙ୍କ ଏହି ଅଭିଯାନ ବିରୁଦ୍ଧରେ ଆସାମର ବିଭିନ୍ନ ପୋଲିସ ଷ୍ଟେସନରେ ଅଭିଯାଗ ଦାଖଲ କରାଯାଇଛି । ଏହି ଅଭିଯାନକୁ ଆସାମର କିଛି ଲୋକ ଆରମ୍ଭ କରିଥିବା ବେଳେ ସମ୍ପୂର୍ଣ୍ଣ ଅଭିଯାନ ଉପରେ ନଜର ରଖାଯାଇଥିବା ନେଇ ଆସାମ ପୋଲିସର ଇଣ୍ଟେଲିଜେନ୍ସ ଓ୍ବିଙ୍ଗ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଆଗାମୀ ଜନଗଣନା 2021ରେ ହେବ । ଜନଗଣନା ସମୟରେ ମାତୃଭାଷା ସ୍ଥାନରେ ବଙ୍ଗାଳୀକୁ ଚୟନ କରିବା ଓ ଏହାର ବହୁମତ ଆସିଲେ ଏହା ଅସାମର ପ୍ରଥମ ଭାଷା ହେବା ନେଇ ଏହି ଅଭିଯାନର ଲକ୍ଷ୍ୟ ଥିବା ବରିଷ୍ଠ ଅଧିକାରୀ ଜଣଙ୍କ କହିଛନ୍ତି ।

ଅନ୍ୟପକ୍ଷରେ ଅଲ ଆସାମ ବଙ୍ଗାଳୀ ଯୁବ ଛାତ୍ର ଫେଡରେସନର ସଭାପତି କମଲ ଚୌଧୁରୀ କହିଛନ୍ତି ଯେ ଆମେ ଆସାମରେ ଜନ୍ମ ହୋଇଛୁ । ଆମର ପଶ୍ଚିମବଙ୍ଗ ଓ ବାଂଲାଦେଶ ସହ କୌଣସି ସମ୍ପର୍କ ନାହିଁ । ଭାଷାକୁ ବଦଳାଇବାକୁ ଚେଷ୍ଟା କରୁଥିବା ଲୋକେ ଆସାମୀ ଓ ବଙ୍ଗାଳୀଙ୍କ ସମ୍ପର୍କକୁ ଖରାପ କରିବାକୁ ଚାହଁଛନ୍ତି ବୋଲି କମଲ ଚୌଧୁରୀ ପ୍ରତିକ୍ରିୟା ଦେଇଛନ୍ତି ।

For All Latest Updates

ABOUT THE AUTHOR

...view details