ଡେରାଡୁନ: ଅଗଷ୍ଟ ମାସ ସରିବା ଉପରେ କିନ୍ତୁ ଉତ୍ତରାଖଣ୍ଡରେ ମୌସୁମୀ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା କାରଣରୁ ପାହଡମାନଙ୍କରେ ଫାଟ ସୃଷ୍ଟି ହେଉଛି । ଯାହାଫଳରେ ପାହାଡରୁ ପଥର ଖଣ୍ଡ ଖସି ହାଇଓ୍ବେରେ ପଡୁଛି । ଏଥିସହ ଭୂସ୍ଖଳନ ମଧ୍ୟ ହେଉଛି ।
ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା ପାଲଟିଛି ଯମୁନୋତ୍ରୀ ହାଇଓ୍ବେ । ସୋମବାର କୁଥନୌର ନିକଟତର ଋଷିକେଶ-ଯମୁନେତ୍ରୀ ହାଇଓ୍ବେରେ ଭୂସ୍ଖଳନ ହୋଇଛି । ଫଳରେ ରାସ୍ତା ବନ୍ଦ ରହିଥିଲା । ସ୍ଥାନୀୟ ଅଧିକାରୀ ଜେସିବି ଦ୍ବାରା ରାସ୍ତା ସଫା କରିବାରେ ଲାଗିଛନ୍ତି । କିନ୍ତୁ କ୍ରମାଗତ ଭାବେ ପାହାଡରୁ ପଥର ଖସୁଥିବାରୁ ରାସ୍ତା ସଫା ହେବାରେ ଅସୁବିଧା ସୃଷ୍ଟି ହେଉଛି । ଏପଟେ ଲୋକମାନେ ସେହି ହାଇଓ୍ବରେ ଗାଡି ସହ ଫସି ରହିଛନ୍ତି ।