ଡେରାଡୁନ: ରାଜ୍ୟର ପାହାଡି ଅଞ୍ଚଳରେ ଲଗାତାର ବର୍ଷା ଜାରି ରହିଛି। ଯେଉଁଥିପାଇଁ ନଦୀ ନାଳ ଗୁଜିକରେ ଜଳର ମାତ୍ରା ବୃଦ୍ଧି ପାଉଛି । ଯାହାକୁ ନେଇ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଭୂସ୍ଖଳନ ଓ ରାସ୍ତାରେ ଯାତାୟତ ବ୍ୟାହତ ହେବାର ଖବର ଆସୁଛି । ଏହି ଧାରାବାହିକରେ, ରବିବାର ଋଷିକେଶ-ବଦ୍ରିନାଥ ରାସ୍ତାରେ କୌଡିଆଲା-ବ୍ୟାସି ନିକଟ ଏକ ରାସ୍ତାରେ ଭୂସ୍ଖଳନ ହୋଇଛି । ଯେଉଁଥିପାଇଁ ଋଷିକେଶ-ବଦ୍ରିନାଥ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଯାଇଛି ।
ଆଜି(ରବିବାର) ସକାଳେ କୌଡିଆଲା-ବ୍ୟାସ ନିକଟରେ ପାହାଡର ଏକ ବଡ ଅଂଶ ହଠାତ ରାସ୍ତା ଉପରକୁ ଧସି ଆସିଥିଲା । ଏହି କାରଣରୁ, NH-58 ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଜାତୀୟ ରାଜପଥ ଅଧିକାରୀ ଏବଂ କର୍ମଚାରୀମାନେ ରାସ୍ତା ସଫା କରିବାରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଗାଡି ଗୁଡିକ ନରେନ୍ଦ୍ରନଗର-ଟିହରୀ-ମଲେଥା ଦେଇ ଶ୍ରୀନଗରକୁ ଯାଉଛନ୍ତି ।