ଓଡିଶା

odisha

ETV Bharat / bharat

ଲାଲୁ ଯାଦବଙ୍କ କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ

ଗୋ-ଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଆରଜେଡି ପ୍ରମୁଖ ଲାଲୁ ଯାଦବଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଯାହା ଲାଲୁ ଯାଦବଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପାଇଁ ଏକ ବଡ ଆଶ୍ବସ୍ତିକର ଖବର ।

By

Published : Jul 26, 2020, 10:49 PM IST

Lalu Yadav
Lalu Yadav

ରାଞ୍ଚି: ରବିବାର ସନ୍ଧ୍ୟାରେ ଲାଲୁ ଯାଦବଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଗୋ-ଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଆରଜେଡି ପ୍ରମୁଖ ଲାଲୁ ଯାଦବଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଯାହା ଲାଲୁ ଯାଦବଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପାଇଁ ଏକ ବଡ ଆଶ୍ବସ୍ତିକର ଖବର ।

ଲାଲୁ ଯାଦବଙ୍କ କୋରୋନା ଟେଷ୍ଟ ଶନିବାର କରାଯାଇଥିଲା । କାରଣ ଲାଲୁ ଯାଦବଙ୍କ ପ୍ରଶଂସକ ଏବଂ ପରିବାର ଲୋକେ ଆଶଙ୍କା ବ୍ୟକ୍ତ କରିଥିଲେ ଯେ, ଲାଲୁ ଯାଦବଙ୍କ ୱାର୍ଡ ପାଖରେ ଏକ କୋରୋନା ୱାର୍ଡ ନିର୍ମାଣ କରାଯାଇଥିଲା। ଫଳରେ ସେ କୋରୋନା ସଂକ୍ରମିତ ହେବାର ହେବାର ଆଶଙ୍କା ରହିଥିଲା ।

ଏହା ପରେ ଲାଲୁ ଯାଦବଙ୍କ ଡାକ୍ତର ଡା. ଉମେଶ ପ୍ରସାଦ କୋଭିଡ ପରୀକ୍ଷା କରିବାକୁ ଅନୁମତି ଦେଇଥିଲେ। ଶୁକ୍ରବାର ଦିନ ଲାଲୁ ଯାଦବ ଏବଂ ତାଙ୍କ ସେବାରେ ନିଯୁକ୍ତ ତିନି ଜମଙ୍କ କୋରୋନା ପରୀକ୍ଷା କରାଯାଇଥିଲା । ଲାଲୁ ଯାଦବଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ବେଳେ ତିନି ସେବକଙ୍କ ପରୀକ୍ଷା ରିପୋର୍ଟ ଆସିନାହିଁ ।

ABOUT THE AUTHOR

...view details