ଓଡିଶା

odisha

ETV Bharat / bharat

ମୋଦିଙ୍କ 'ଡବଲ ଇଞ୍ଜିନ' ବିକାଶ ନାରାରେ ବିରୋଧୀଙ୍କ ସମାଲୋଚନା - କ୍ରଂଗ୍ରେସ ନେତା ରଣଦୀପ ସିଂ ସୁରଜେଓ୍ବାଲା

ପ୍ରଚାରର ଅନ୍ତିମ ଦିନ ବିହାରରେ ବ୍ୟାକ ଟୁ ବ୍ୟାକ 4ଟି ରାଲି କରିଥିଲେ ପିଏମ ମୋଦି । ଏହି ସମୟରେ ଛପରାରେ ଲାଲୁଙ୍କ ଲାଡଲା ତେଜସ୍ବୀ ଯାଦବଙ୍କୁ ସିଧା ଟାର୍ଗେଟ କରି ଜଙ୍ଗଲରାଜର ଯୁବରାଜ ବୋଲି କହିଥିଲେ । ଏଥିସହ ବିହାରରେ ଡବଲ ଇଞ୍ଜିନର ସରକାର ରହିଲେ ବିହାର ବିକାଶ ହେବ ବୋଲି କହିଥିଲେ । ଏହି ଭାଷଣ ପରେ ଲାଲୁ, ତେଜସ୍ବୀ, କଂଗ୍ରେସ ନେତା ମୋଦିଙ୍କୁ ସମାଲୋଚନା କରିଛନ୍ତି ।

ମୋଦିଙ୍କ 'ଡବଲ ଇଞ୍ଜିନ' ବିକାଶ ନାରାରେ  ବିରୋଧୀଙ୍କ ସମାଲୋଚନା
ମୋଦିଙ୍କ 'ଡବଲ ଇଞ୍ଜିନ' ବିକାଶ ନାରାରେ ବିରୋଧୀଙ୍କ ସମାଲୋଚନା

By

Published : Nov 2, 2020, 10:51 AM IST

ପାଟନା: ଶନିବାର ବିହାରରେ 2ୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ପ୍ରଚାରର ଅନ୍ତିମ ଦିନ ଥିବାରୁ ବିହାରରେ ବ୍ୟାକ ଟୁ ବ୍ୟାକ 4ଟି ରାଲି କରିଥିଲେ ପିଏମ ମୋଦି । ଏହି ସମୟରେ ଛପରାରେ ଲାଲୁଙ୍କ ଲାଡଲା ତେଜସ୍ବୀ ଯାଦବଙ୍କୁ ସିଧା ଟାର୍ଗେଟ କରି ଜଙ୍ଗଲରାଜର ଯୁବରାଜ ବୋଲି କହିଥିଲେ । ଏଥିସହ ବିହାରରେ ଡବଲ ଇଞ୍ଜିନର ସରକାର ରହିଲେ ବିହାର ବିକାଶ ହେବ ବୋଲି କହିଥିଲେ । ଏହି ଭାଷଣ ପରେ ଲାଲୁ ଯାଦବ ମୋଦିଙ୍କୁ ଡବଲ ଇଞ୍ଜିନ ନୁହେଁ ଟ୍ରବଲ ଇଞ୍ଜିନ କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଲକଡାଉନ ସମୟରେ ଫସି ରହିଥିବା ଶ୍ରମିକଙ୍କୁ ଫେରାଇ ଆଣିବାବେଳେ ଡବଲ ଇଞ୍ଜିନ କୋଉଠି ଥିଲା ।

ଲାଲୁଙ୍କ ବ୍ୟତୀତ ଡବଲ ଇଞ୍ଜିନ ବନାମ ଡବଲ ଯୁବରାଜ ବୟାନକୁ ନେଇ ତେଜସ୍ବୀ ଯାଦବ ଟ୍ବିଟ କରି ମୋଦିଙ୍କୁ ପ୍ରଶ୍ନ କରିଛନ୍ତି । ସେ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ, ଆଦରଣୀୟ ପ୍ରଧାନମନ୍ତ୍ରୀ । ଡବଲ ଇଞ୍ଜିନ ସରକାରରେ ବିହାରରେ ବେରୋଜଗାରୀ 46.6% କହିଁକି ରହିଛି ? NCRBର ପରିସଂଖ୍ୟନ ଅନୁସାରେ ବିହାର ଅପରାଧ ମାମଲାରେ ଟପ୍‌ରେ କାହିଁକି ରହିଛି? ନୀତି ଆୟୋଗ ଅନୁସାରେ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ବିହାର ପଛରେ କାହିଁକି ରହିଛି ।

ଆରଜିଡି ବ୍ୟତୀତ କ୍ରଂଗ୍ରେସ ନେତା ରଣଦୀପ ସିଂ ସୁରଜେଓ୍ବାଲା ବି ପିଏମଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, 2015ରେ ନୀତିଶ କୁମାରଙ୍କୁ ଅଷ୍ଟାଦଶ ଶତାବ୍ଦୀର ମାନସିକତା ରଖିଥିବା କୁହାଯାଇଥିଲା । ଆଜି ଛପରାରେ ଡବଲ ଇଞ୍ଜିନ କହୁଛନ୍ତି । ସତ କଥା ହେଲା ଏହା 'ଡବଲ ଧୋକା'ର ସରକାର ।

ସୂଚନାଥାଉକି, 2ୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି (3 ନଭେମ୍ବର) ହେବ । ଏହି ଦିନ 94 ବିଧାନସଭା ସିଟ୍‌କୁ ନେଇ ଭୋଟିଂ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details