ଓଡିଶା

odisha

ETV Bharat / bharat

ବିହାର ନିର୍ବାଚନ, ଆରଜେଡି ପୋଷ୍ଟରରୁ ଲାଲୁ ଯାଦବ ଗାଏବ

ଚଳିତ ବର୍ଷର ଅନ୍ତିମ ବେଳକୁ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନୀ ବିଗୁଲ ବାଜିବା ପୂର୍ବରୁ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଭୋଟରଙ୍କୁ କରାଯାଉଛି ଆକର୍ଷିତ । ଅଧିକ ପଢନ୍ତୁ...

ଆରେଜଡିର ଫୋଷ୍ଟରରୁ ଲାଲୁ ଯାଦବ ଗାଏବ
ଆରେଜଡିର ଫୋଷ୍ଟରରୁ ଲାଲୁ ଯାଦବ ଗାଏବ

By

Published : Sep 15, 2020, 8:54 AM IST

ପାଟଣା: ଚଳିତ ବର୍ଷ ଅନ୍ତିମ ବେଳକୁ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନୀ ବିଗୁଲ ବାଜିବା ପୂର୍ବରୁ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଭୋଟରଙ୍କୁ ଆକର୍ଷିତ କରାଯାଉଛି । ଆରଜେଡିର ରାଜ୍ୟ କାର୍ଯ୍ୟାଳୟରେ ଏକ ବଡ ପୋଷ୍ଟର ଲଗାଯାଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ଆରଜେଡିର ଏହି ପୋଷ୍ଟରରେ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଫଟୋକୁ ହଟେଇ ଦିଆଯାଇଛି । ଏହି ପୋଷ୍ଟରରେ ଲାଲୁଙ୍କ ସାନ ପୁଅ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ପ୍ରତାପଙ୍କ ଫଟୋ ଲାଗିଛି । ବର୍ତ୍ତମାନ ତେଜସ୍ବୀ ଏନଡିଏ ବିରୋଧୀ ଦଳର ନେତୃତ୍ବ ନେଇଛନ୍ତି । ଏଥିରେ ’’ନୂଆ ଚିନ୍ତାଧାରା, ନୂଆ ବିହାର’’ , ଏଥର ଯୁବ ସରକାର ବୋଲି ଲେଖାଯାଇଛି । ଆରଜେଡିର ସଭାପତି ଲାଲୁ ଏବେ ଚାରା ଘୋଟାଲାରେ ଝାଡଖଣ୍ଡର ରାଞ୍ଚି ଜେଲରେ ଦଣ୍ଡ ଭୋଗୁଛନ୍ତି ।

ହଳଦିଆ ରଙ୍ଗରେ ଲାଗିଥିବା ଏହି ପୋଷ୍ଟରରେ ବିହାରର ଏକ ମାନଚିତ୍ର ସହିତ ତେଜସ୍ବୀ ଯାଦବ ଫଟୋ ରହିଛି । ଏଥିରେ ଅନ୍ୟ କୌଣସି ଆରଜେଡି ନେତାଙ୍କ ଫଟୋ ନାହିଁ ।

ଲାଲୁ ଜନତା ଦଳରୁ ବିଚ୍ଛିନ୍ନ ହୋଇ 1997 ରେ ଆରଜେଡି ପ୍ରତିଷ୍ଠା କରିଥିଲେ ଏବଂ ଦଳର ନେତୃତ୍ୱ ନେଇଥିଲେ। ଦଳର ପୁରୁଣା କର୍ମକର୍ତ୍ତା କହିଛନ୍ତି ଯେ 2019 ଲୋକସଭା ନିର୍ବାଚନରେ ​​ଲାଲୁଙ୍କ ଅଭାବ ସ୍ପଷ୍ଟ ଜଣାପଡିଥିଲା । ସେ ଜେଲରେ ଥିବାରୁ ଦଳ ଗୋଟିଏ ଆସନ ଜିତିପାରି ନଥିଲା ।

ABOUT THE AUTHOR

...view details