ରାଞ୍ଚି: ସାରା ଦେଶରେ କୋରୋନାର ଭୟାଭୟତା ଜାରି ରହିଛି । ବଡ ବଡ ନେତା , ଅଭିନେତା ଏବେ ସଂକ୍ରମିତ ଓ ଚିକିତ୍ସିତ ହେଉଛନ୍ତି । ଏପରିସ୍ଥଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ପ୍ରମୁଖ ଲାଲୁ ପ୍ରସାଦଙ୍କୁ କୋରୋନା କାରଣରୁ ସ୍ବାସ୍ଥ୍ୟଜନିତ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାର ତାଙ୍କୁ RIMS ର ପେଇଙ୍ଗ ୱାର୍ଡରୁ ନିର୍ଦ୍ଦେଶକଙ୍କ ବାସଭବନକୁ ସ୍ଥାନାନ୍ତର କରାଯାଇଛି।
ଜେଲ ସୁରକ୍ଷାକର୍ମୀ ଏବଂ ରିମ୍ସ ପେଇଙ୍ଗ ୱାର୍ଡର କିଛି ଡାକ୍ତରୀ କର୍ମଚାରୀ କୋରୋନା ସଂକ୍ରମିତ ହେବା ପରେ ଜେଲ ପ୍ରଶାସନର ନିର୍ଦ୍ଦେଶରେ ତାଙ୍କୁ ସିଫ୍ଟ କରାଯାଇଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବ ସଜା କାଟୁଛନ୍ତି । ମାତ୍ର ସ୍ବାସ୍ଥ୍ୟବସ୍ଥାରେ ଦ୍ରୁତ ଅବନତି କାରଣରୁ ସେ ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।