ପାଟନା: ରାଜନୀତି ଏକ ନିଶା । ଯାହାକୁ ଏହାର ନିଶା ଲାଗିଯାଏ ସେ କୌଣସି ମତେ ନିଜକୁ ରାଜନୀତି ଠାରୁ ଅଲଗା ରଖିପାରେ ନାହିଁ । ରବିବାର ଶେଷ ପର୍ଯ୍ୟାୟରେ ମତଦାନ ସହ ଚଳିତ ଥରର ନିର୍ବାଚନୀର ଲଢେଇ ସମାପ୍ତ ହେବାକୁ ଯାଉଛି । ସମ୍ପୂର୍ଣ୍ଣ ନିର୍ବାଚନରେ ବିଜେପି ବନାମ ବିରୋଧି ଦଳର ଲଢେଇ ଦେଖିବାକୁ ମିଳିଥିଲା । ତେବେ ଏଥିରୁ ବାଦ ପଡିନାହାଁନ୍ତି ଆରଜେଡିର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ । ରାଜ୍ୟଠୁ ଦୂର ତଥା ଜେଲରେ ଥାଇ ସୁଦ୍ଧା ବିଜେପି ବିରୋଧରେ ଏକ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି ଲାଲୁ ।
କଏଦୀ ନଂ 3351, ଜେଲରେ ରହି ବିଜେପି ବିରୋଧରେ ଏଜେଣ୍ଡା ପ୍ରସ୍ତୁତ
ରାଜ୍ୟଠୁ ଦୂର ତଥା ଜେଲରେ ଥାଇ ସୁଦ୍ଧା ବିଜେପି ବିରୋଧରେ ଏକ ଆଜେଣ୍ଡା ପ୍ରସ୍ତୁତ କରିଛନ୍ତି ବିହାରର ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ।
2019 ଲୋକସଭା ନିର୍ବାଚନରେ ବିହାରର ରାଜନୀତିରେ ଲାଲୁ ଜେଲରେ ଥାଇ ବିଜେପି ପାଇଁ ଏଜେଣ୍ଡା ତିଆରି କରୁଛନ୍ତି । ଲାଲୁ ପାଟନାଠାରୁ 300 କିମି ଦୂର ତଥା ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ଜେଲରେ ନିଜର ଦଣ୍ଡ ଭୋଗୁଛନ୍ତି । ଆରଜେଡି ଏବଂ ଲାଲୁଙ୍କ ପରିବାର କୌଣସି ନା କୌଣସି ବାହାନାରେ ଲାଲୁଙ୍କୁ ରାଜନୈତିକ ସହ ଯୋଡୁଛନ୍ତି । ଲାଲୁ ମଧ୍ୟ ନିଜର ପ୍ରୟାସ ଜାରି ରଖିଛନ୍ତି । ଆରଜେଡି ନିଜର ପ୍ରଚାର ଅଭିଯାନରେ ଲାଲୁଙ୍କ ନାଁରୁ ଆରମ୍ଭ କରନ୍ତି ।
ଲାଲୁ ନିର୍ବାଚନ ଲଢିବା ପୂର୍ବରୁ ଏବଂ ତା ପରେ ମଧ୍ୟ ବିହାର ଲୋକଙ୍କୁ ଚିଠି ଲେଖି ମହାଗଠବନ୍ଧନ ପାଇଁ ମତଦାତାଙ୍କୁ ମାଗୁଥିଲେ ଭୋଟ । ତା'ଛଡା ଲାଲୁ ପ୍ରସାଦ ସୋସିଆଲ ମିଡିଆ ଜରିଆରେ ମଧ୍ୟ ନିଜକୁ ନିର୍ବାଚନ ସହ ଯୋଡିକି ରଖିଛନ୍ତି । ଲାଲୁ ଟ୍ବିଟ ଜରିଆରେ ବିରୋଧିଙ୍କୁ ଟାର୍ଗେଟ କରନ୍ତି । ଲାଲୁ ଜେଲରେ ରହି ସୁଦ୍ଧା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚିଠି ଜରିଆରେ ତୀରମାରିଛନ୍ତି । ସୂଚନା ଥାଉକି, ଲାଲୁ ପ୍ରସାଦ ଯାଦବ ଚାରା ଦୁର୍ନୀତି ଅଭିଯୋଗରେ ଜେଲ ଦଣ୍ଡ ଭୋଗୁଛନ୍ତି ।