ନୂଆଦିଲ୍ଲୀ: ବିଜେପିର ସଙ୍କଟମୋଚକ ଥିଲେ ଜେଟଲୀ । ଯେକୌଣସି ଜଟିଳ ସମସ୍ୟାର ସମାଧାନ ସେ ଅତି ସରଳ ଭାବରେ କରିଦେଉଥିଲେ । ବିଜେପିର ସମସ୍ତ ନେତା ଜଟିଳ ପ୍ରସଙ୍ଗର ସମାଧାନ ପାଇଁ ତାଙ୍କ ଉପରେ ନିର୍ଭର କରୁଥିଲେ ବୋଲି ଆଡଭାନୀ କହିଛନ୍ତି ।
ବିବଙ୍ଗତ ନେତା ଅରୁଣ ଜେଟଲୀଙ୍କ ନିଧନରେ ଶୋକ ପ୍ରକଟ କରି ଆଡଭାନୀ କହିଛନ୍ତି, ସେ ଅତି ବିଚକ୍ଷଣ ଓ ବିଷ୍ଳେଶଷଣାତ୍ମକ ବ୍ୟକ୍ତି ଥିଲେ । ସେ ଜଣେ ଆକୃଷ୍ଟ ସାଂସଦ ଥିଲେ । ତାଙ୍କର ନିଧନ କେବଳ ଦଳ ପାଇଁ ନୁହେଁ ବରଂ ସମ୍ପୁର୍ଣ୍ଣ ଦେଶ ପାଇଁ ବହୁତ ବଡ଼କ୍ଷତି ବୋଲି ଆଡଭାନୀ କହିଛନ୍ତି । ଏହା ସହିତ ତାଙ୍କ ଅରାତ୍ମାର ସଦଗତି କାମନା କରିଛନ୍ତି ଆଡଭାନୀ ।