ଓଡିଶା

odisha

By

Published : Aug 29, 2019, 4:00 PM IST

ETV Bharat / bharat

ମୃତ ବ୍ରାହ୍ମଣର ଭଙ୍ଗା ଘରୁ ମିଳିଲା ପୋତାଧନ

ତୁନି ସହରର ମୁକ୍ତି ଲଙ୍ଗାୟଗିରି ରାସ୍ତାରେ ଥିବା ଏକ ପରିତ୍ୟକ୍ତ ଓ ଭଙ୍ଗାଘରେ ରହୁଥିବା ବ୍ରାହ୍ମଣର ମୃତ୍ୟୁ ପରେ ଘରୁ ମିଳିଲା ଲକ୍ଷାଧିକ ଟଙ୍କା । ଭିକ୍ଷାବୃତ୍ତି କରୁଥିଲା ବ୍ରହ୍ମଣ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଅମରାବତୀ: ଅନେକ ଦିନରୁ ଭଙ୍ଗା ଓ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏକ ଘରୁ ମିଳିଲା ବିପୁଳ ପରିମାଣର ଟଙ୍କା । ଘରେ ରହୁଥିବା ଏକ ବ୍ରାହ୍ମଣର ମୃତ୍ୟୁ ପରେ ଏହି ଟଙ୍କା ମିଳିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ପୂର୍ବ ଗୋଦାବରୀରେ ସୁବ୍ରମଣ୍ୟମ ନାମକ ଜଣେ ବ୍ରାହ୍ମଣର ମୃତ୍ୟ ହୋଇଯାଇଛି । ବ୍ରାହ୍ମଣ ଜଣକ ଅନେକ ବର୍ଷରୁ ତୁନି ସହରର ମୁକ୍ତି ଲଙ୍ଗାୟଗିରି ରାସ୍ତାରେ ଥିବା ଏକ ପରିତ୍ୟକ୍ତ ଓ ଭଙ୍ଗାଘରେ ରହୁଥିଲା । ବ୍ରାହ୍ମଣର ମୃତ୍ୟୁ ପରେ ସ୍ଥାନୀୟ ଲୋକେ ପୁଅକୁ ଖବର ଦେଇଥିଲେ । ଅନ୍ତିମ ସଂସ୍କାର ମଧ୍ୟ କରାଗଲା । ପରେ ସେହି ଘରୁ ବାହାରିଲା ବିପୁଳ ପରିମାଣର ଟଙ୍କା ବସ୍ତା । ଟଙ୍କାର ପରିମାଣ ଏତେ ଅଧିକ ଥିଲା ଯେ ଗଣୁ ଗଣୁ ଦ୍ବିପହରରୁ ରାତି ହୋଇ ଯାଇଥିଲା । ହେଲେ ଟଙ୍କା ଗଣା ସରି ପାରିନଥିଲା । ଘରେ ଲକ୍ଷାଧିକ ଟଙ୍କା ରହିଥିବା ଅନୁମାନ କରାଯାଉଛି ।

ବ୍ରାହ୍ମଣର ସ୍ତ୍ରୀ ଓ ପୁଅ ବାହାରେ ରହୁଥିବା ବେଳେ ସେ ଏହି ଭଙ୍ଗା ଘରେ ରହିବା ସହ ଭିକ୍ଷାବୃତ୍ତି କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details