ଓଡିଶା

odisha

ETV Bharat / bharat

ଆତଙ୍କବାଦୀଙ୍କ ଟାର୍ଗେଟରେ ଗିରିଶ ଚନ୍ଦ୍ର ମୁର୍ମୁ - ଉପ-ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ

ନବ ନିଯୁକ୍ତ ଜମ୍ମୁ କାଶ୍ମୀର ଉପ-ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ହତ୍ୟା କରିବାକୁ ଆତଙ୍କବାଦୀଙ୍କ ବଡଧରଣର ଯୋଜନା ।

ଫାଇଲ ଫଟୋ

By

Published : Nov 7, 2019, 10:00 AM IST

ହାଇଦ୍ରାବାଦ: ଜମ୍ମୁ କଶ୍ମୀରରେ ବଡଧରଣର ଆତଙ୍କୀ ହମଲା ପାଇଁ କୁଖ୍ୟାତ ଆତଙ୍କୀ ସଂଗଠନ ଲସ୍କର-ଏ-ଇସଲାମ ଯୋଜନା ପ୍ରସ୍ତୁତ କରିଛି । ଆତଙ୍କୀଙ୍କ ଟାର୍ଗେଟରେ ଅଛନ୍ତି ବିଜେପିର ସମସ୍ତ ହେଭିୱେଟ ଓ ନବ ନିଯୁକ୍ତ ଉପ-ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ।


ଆଜି ଏମିତି ରିପୋର୍ଟ ପ୍ରଦାନ କରିଛି ଗୁଇନ୍ଦା ବିଭାଗ । ଏହାକୁ ଏବେ ଗୃହମନ୍ତ୍ରଣାଳୟ ଗୁରୁତର ସହ ନେଇଛନ୍ତି । ଆଇବି ରିପୋର୍ଟ ଅନୁସାରେ ଆତଙ୍କବାଦୀଙ୍କ ପ୍ରଥମ ଟାର୍ଗେଟରେ ଅଛନ୍ତି ଉପ-ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ । କାଶ୍ମୀରର ଶାନ୍ତି ଦେଖି ଏବେ ଆତଙ୍କବାଦୀ ବିଚଳିତ ହୋଇପଡିଛନ୍ତି । ସେଥିରେ ପୁଣି ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଉପ-ରାଜ୍ୟପାଳ ଭାବେ ନିଯୁକ୍ତ କରିବା ସହଜରେ ହଜମ କରିବା ସ୍ଥିତିରେ ନାହାଁନ୍ତି ଆତଙ୍କବାଦୀ । କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅତି ବିଶ୍ବସ୍ତ ଗିରିଶ ଜଣେ ଦକ୍ଷ ଅଫିସର ଭାବେ ଜଣାଶୁଣା । ଏଭଳି ପରିସ୍ଥିତିରେ ତାଙ୍କୁ ଉପ-ରାଜ୍ୟପାଳ ନିଯୁକ୍ତ କରିବା ପ୍ରଧାନମନ୍ତ୍ରୀଙ୍କ ଏକ ବଡ ମିଶନକୁ ଦର୍ଶାଉଛି ।


ଗୁଇନ୍ଦା ସୂଚନା ଅନୁସାରେ ଆତଙ୍କବାଦୀ ଉପ-ରାଜ୍ୟପାଳଙ୍କ କାରକେର୍ଡ ଉପରେ ଆତ୍ମଘାତୀ ହମଲା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଗୁଇନ୍ଦା ଏ ସଂପର୍କରେ ସ୍ଥାନୀୟ ପୋଲିସ ସମେତ ଗୃହମନ୍ତ୍ରଣାଳୟକୁ ଅବଗତ କରାଇଛି । ଫଳରେ ଗିରିଶଙ୍କ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରିବା ପାଇଁ ଚିନ୍ତା କରୁଛି ଜମ୍ମୁ ପୋଲିସ ।

ସୂଚନାଯୋଗ୍ୟ ମୟୁରଭଞ୍ଜ ଜିଲ୍ଲାର ମୂଳ ବାସିନ୍ଦା ଗିରିଶ ଚନ୍ଦ୍ର ମୁର୍ମୁ ଗୁଜୁରାଟ କ୍ୟାଡରର ଆଇଏଏସ ଅଫିସର ଭାବେ ନିଯୁକ୍ତି ପାଇଥିଲେ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ସ୍ବତନ୍ତ୍ର ସଚିବ ପଦରୁ ଅବସର ନେଲାପରେ ଗତ ଅକ୍ଟୋବର 31ରେ ନବ ଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ABOUT THE AUTHOR

...view details