ଓଡିଶା

odisha

ETV Bharat / bharat

ଲଦାଖ LAHDC ନିର୍ବାଚନରେ ବାଜି ମାରିଲା ବିଜେପି, ଶୁଭେଚ୍ଛା ଜଣାଇଲେ ନଡ୍ଡା - LAHDC ନିର୍ବାଚନ

LAHDC ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରଚଣ୍ଡ ବିଜୟ । ଏହି ନିର୍ବାଚନରେ ବିଜେପି 15ଟି ଆସନରେ ବିଜୟଲାଭ କରିଥିବା ବେଳେ କଂଗ୍ରେସ ହାତକୁ ମାତ୍ର 9ଟି ଆସନ ଆସିଛି । ଅନ୍ୟପକ୍ଷେ 2 ଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ବିଜୟହାସଲ କରିଛନ୍ତି । ଅଧିକ ପଢନ୍ତୁ...

ଲଦାଖର LAHDC ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବଜୟ, ଶୁବେଚ୍ଛା ଜଣାଇଲେ ନଡ୍ଡା
ଲଦାଖର LAHDC ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବଜୟ, ଶୁବେଚ୍ଛା ଜଣାଇଲେ ନଡ୍ଡା

By

Published : Oct 26, 2020, 7:20 PM IST

ଲେହ: ଲଦାଖ ସ୍ବୟଂଶାସିତ ପାର୍ବତୀୟ ବିକାଶ ପରିଷଦ(LAHDC) ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରଚଣ୍ଡ ବିଜୟ । ଏହି ନିର୍ବାଚନରେ ବିଜେପି 15ଟି ଆସନରେ ବିଜୟଲାଭ କରିଥିବା ବେଳେ କଂଗ୍ରେସ ହାତକୁ ମାତ୍ର 9ଟି ଆସନ ଆସିଛି । ଅନ୍ୟପକ୍ଷେ 2 ଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ବିଜୟହାସଲ କରିଛନ୍ତି ।

ଏଲଏଏଚଡିସିରେ ମୋଟ 26ଟି ଆସନରେ ନିର୍ବାଚନରେ ହୋଇଥିଲା । ଏଥିରେ ବିଜେପିକୁ ବହୁମତ ମିଳିଛି । ଗୁରୁବାର ହୋଇଥିବା ଏହି ନିର୍ବାଚନରେ ଲେହରେ 65.07 ପ୍ରତିଶତ ମତଦାନ ହୋଇଥିଲା । ନିର୍ବାଚନରେ ମୋଟ 94 ଜଣ ପ୍ରାର୍ଥୀ ଛିଡା ହୋଇଥିଲେ ।

ଲେହ ଜିଲ୍ଲାରେ ଷଷ୍ଠତମ ପାର୍ବତୀୟ ପରିଷଦର 26ଟି ଆସନ ପାଇଁ ବିଜେପି, କଂଗ୍ରେସ, ଆପ ସମେତ 23 ଜଣ ସ୍ବାଧୀନ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବାକୁ ନିର୍ବାଚନୀ ମୈଦାନରେ ଛିଡା ହୋଇଥିଲେ । 94 ପ୍ରାର୍ଥୀଙ୍କ ମଧ୍ୟରୁ ଉଭୟ ବିଜେପି ଓ କଂଗ୍ରେସରୁ 26-26 ପ୍ରାର୍ଥୀ ସାମିଲ ଥିଲେ ।

ବିଜେପି ସଭାପତି ଜେପି ନାଡା ବିଜେପିର ଏହି ବିଜୟକୁ ନେଇ ଅଭିନନ୍ଦନ ଜଣାଇଛନ୍ତି। ନଡ୍ଡା ନିଜ ଟ୍ବିଟରେ ଲେଖିଛନ୍ତି, ଲଦାଖ ସ୍ବୟଂଶାସିତ ପାର୍ବତୀୟ ବିକାଶ ପରିଷଦ(LAHDC) ନିର୍ବାଚନରେ ​​ବିଜେପିର ବିଜୟ ଐତିହାସିକ । ବିଜେପି 26 ଟି ଆସନ ମଧ୍ୟରୁ 15ଟି ଜିତିଛି। ଏନେଇ ଲଦାଖ ସାଂସଦ ଜେଟି ନାମଗିୟାଲ ଏବଂ ବିଜେପିର ଲଦାଖ ୟୁନିଟର ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଛନ୍ତି ନଡ୍ଡା। ବିଜେପି ଉପରେ ବିଶ୍ବାସ ପାଇଁ ଲଦାଖର ସମସ୍ତ ଜନସାଧାରଣଙ୍କୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଲଦାଖର LAHDC ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବଜୟ, ଶୁବେଚ୍ଛା ଜଣାଇଲେ ନଡ୍ଡା

ABOUT THE AUTHOR

...view details