ଓଡିଶା

odisha

By

Published : Aug 1, 2019, 10:48 AM IST

ETV Bharat / bharat

ଡ୍ୟୁଟି ସମୟରେ ଟିକଟକ ଭିଡିଓ କରି ଅଡୁଆରେ 2 ମହିଳା ପୋଲିସ କର୍ମଚାରୀ।

ଟିକଟକ ଭିଡିଓ ପାଇଁ ହଟହଟା ଦିଲ୍ଲୀ ପୋଲିସ । ଏ ଅଭିଯୋଗରେ ସେମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ଫଟୋ ସୌଜନ୍ୟ:ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ସମସ୍ତଙ୍କୁ ଚଢିଛି ଟିକଟକରେ ଭିଡିଓ କରିବା ନିଶା । ଏହି ନିଶା ଏମିତି ଘାରିଛିଯେ, କିଏ କେଉଁ ଅବସ୍ଥାରେ ଅଛି ତାହା ଭାବିବାକୁ ମଧ୍ୟ ନାରାଜ । ୟୁପି ପରେ ଏବେ ଦିଲ୍ଲୀରେ 2 ଜଣ ମହିଳା ପୋଲିସ ଡ୍ୟୁଟି ସମୟରେ ଖାକି ପୋଷାକରେ ଟିକଟକ ଭିଡିଓ କରିଛନ୍ତି ଯେଉଁଥାପାଇଁ ତାଙ୍କୁ ଏବେ ହଟହଟା ହେବାକୁ ପଡିଛି ।

ସୂଚନାମୁତାବକ, 2018ରେ ଉଭୟ ମହିଳା ପୋଲିସରେ ଭର୍ତ୍ତି ହୋଇଥିଲେ। ସେମାନେ ନୂଆଦିଲ୍ଲୀରେ ହିଁ ଡ୍ୟୁଟି କରୁଥିଲେ। ପୋଲିସ ଚେକପୋଷ୍ଟ ପାଖରେ ଠିଆ ହୋଇ ଏହି ଭିଡିଓ ସୁଟ କରିଥିଲେ । 15 ସେକେଣ୍ଡର ଏକ ହରିୟାଣୀ ଗୀତରେ ଡ୍ୟାନ୍ସ କରିଥିବା ଏହି ମହିଳା ପୋଲିସ କର୍ମୀଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ସୌଜନ୍ୟ:ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ପୋଲିସର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଭାଇରାଲ ହୋଇଥିବା ଏହି ଟିକଟକ ଭିଡିଓ ଖୁବ ଶିଘ୍ର ଅଧିକାରୀଙ୍କ ପାଖରେ ପହଞ୍ଚିଯାଇଥିଲା । ଏହାପରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦିଆଯାଇଛି।

ଏହାପୂର୍ବରୁ ମଧ୍ୟ ଦିଲ୍ଲୀ ପୋଲିସର ଜଣେ ପୋଲିସ କର୍ମୀ ଗାଡି ଉପରେ ଠିଆ ହୋଇ ଷ୍ଟଣ୍ଟ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲା ।

ABOUT THE AUTHOR

...view details