ଓଡିଶା

odisha

ETV Bharat / bharat

ଆଗାମୀ ଏକ ବର୍ଷ ମଧ୍ୟରେ ଲଦାଖରେ ନିର୍ମାଣ ହେବ 50ରୁ ଊର୍ଦ୍ଧ୍ବ ପୋଲ

ଆଗାମୀ ଏକବର୍ଷ ମଧ୍ୟରେ ଲଦାଖରେ ମିର୍ମାଣ ହେବ 50 ରୁ ଊର୍ଦ୍ଧ୍ବ ପୋଲ । ସୂଚନା ଦେଇଛନ୍ତି ବର୍ଡର ରୋଡ ସଂସ୍ଥାର ଲେଫନାଣ୍ଟ ଜେନେରାଲ ହରପଲ ସିଂ। ଉତ୍ତର ଓ ଉତ୍ତର ପୂର୍ବରେ ଯୋଗାଯୋଗ ହେବ ମଜବୁତ । ଅଧକ ପଢନ୍ତୁ......

ଲେଫନାଣ୍ଟ ଜେନେରାଲ ହରପଲ ସିଂ
ଲେଫନାଣ୍ଟ ଜେନେରାଲ ହରପଲ ସିଂ

By

Published : Oct 12, 2020, 5:56 PM IST

ନୁ୍ଆଦିଲ୍ଲୀ: ଆଗାମୀ ଏକବର୍ଷ ମଧ୍ୟରେ ଲଦାଖରେ ନିର୍ମାଣ ହେବାକୁ ଯାଉଛି 50ରୁ ଊର୍ଦ୍ଧ୍ବ ପୋଲ । ଯାହା ଉତ୍ତର ଓ ଉତ୍ତରପୂର୍ବରେ ଭାରତୀୟ ସାମରିକ କ୍ଷେତ୍ରରେ ଯୋଗାଯୋଗକୁ ଆହୁରି କ୍ରୀୟାଶୀଳ କରିପାରିବ ବୋଲି କହିଛନ୍ତି ବର୍ଡର ରୋଡ ସଂସ୍ଥାର ଲେଫନାଣ୍ଟ ଜେନେରାଲ ହରପଲ ସିଂ । ଦେଶର ବିଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ଡର ରୋଡ ସଂସ୍ଥା ଦ୍ବାରା ନିର୍ମିତ 44 ଟି ପୋଲ ଉଦ୍ଘାଟନ ଅବସରରେ ସେ ଏହା କହିଛନ୍ତି ।

ଏହି ଅବସରରେ ଜେନରାଲ କହିଛନ୍ତି ଯେ ଆଗାମି ଏକ ବର୍ଷ ମଧ୍ୟରେ କେବଳ ଲଦାଖରେ ପ୍ରାୟ 40 ରୁ 50 ପୋଲ ନିର୍ମାଣ ଆରମ୍ଭ କରି ଶେଷ କରିବାର ଯୋଜନା ରଖାଯାଇଛି । ସାମରିକ ଯୋଗାଯୋଗ ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ଗୁଡିକୁ ଏବେ ସାଧାରଣ ଗମନାଗମନ ପାଇଁ ସ୍ଥାୟୀ ଢାଞ୍ଚାରେ ପରିବର୍ତ୍ତିତ କରାଯିବା ବୈଷୟିକ ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଲଦାଖରେ ଏବେ ସୁଦ୍ଧା ପ୍ରାୟ 40 ର 50 ପୋଲ ନିର୍ମାଣାଧିନ ଅଛି, ଯାହା ଖୁବ ଶିଘ୍ର ଶେଷ କରାଯିବା ନେଇ ପ୍ରୟାସ ଚାଲିଛି । ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳରେ ରକ୍ଷା ସଂଗଠନ ପକ୍ଷରୁ ନିର୍ମାଣା ଶେଷ ହୋଇଥିବା 40 ଟି ପୋଲକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂ ।

ଏହି ଅବସରରେ ଜେନେରାଲ ସିଂ ଅରୁଣାଞ୍ଚଳ ପ୍ରଦେଶର ନେଚିପୁଇ ଟନେଲର ଶିଳାନ୍ୟାସ କଥା ମଧ୍ୟ କହିଛନ୍ତି । ଏହି ଟନେଲ ଉପାନ୍ତ ଅଞ୍ଚଲରେ ଯୋଗାଯୋଗରେ ଓ କୁଟନୈତିକ କ୍ଷେତ୍ରରେ ମଧ୍ୟ ଏକ ପ୍ରମୁଖ ଭୁମିକା ଗ୍ରହଣ କରିବ ବୋଲି ମଧ୍ୟ ସେ କହିଛନ୍ତି । ଏହା କେବଳ ସାମରିକ ଯୋଗାଯୋଗ ନୁହେଁ ବରଂ ଉତ୍ତର ଓ ଉତ୍ତର ପୂର୍ବରେ ସାଧାରଣ ନାଗରିକଙ୍କ ଯାତାୟାତ ଦୃଷ୍ଟିରୁ ମଧ୍ୟ ଏକ ପ୍ରମୁଖ ଭୁମିକା ଗ୍ରହଣ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details