ଓଡିଶା

odisha

By

Published : Oct 15, 2020, 8:57 AM IST

ETV Bharat / bharat

ବନ୍ୟା ବିତ୍ପାତ: ଗଛ ଉପରେ ରାତି କାଟିଲେ 4 ଶ୍ରମିକ

କର୍ଣ୍ଣାଟକ ବିଦାର ଜିଲ୍ଲାରେ ଅଭାବନୀୟ ଘଟଣା । ବନ୍ୟାଜଳ ଆସିଯିବାରୁ ଫସିଗଲେ ଜଙ୍ଗଲକୁ କାଠ ପାଇଁ ଯାଇଥିବା 4 ଶ୍ରମିକ । ଅଧିକ ପଢନ୍ତୁ...

ବନ୍ୟା ବିତ୍ପାତ୍ତ
ବନ୍ୟା ବିତ୍ପାତ୍ତ

ବେଙ୍ଗାଲୁରୁ: ଜଙ୍ଗଲକୁ କାଠ ପାଇଁ ଯାଇ ବନ୍ୟା ଜଳରେ ଫସିଗଲେ 4 ଶ୍ରମିକ । ରାତିସାରା ଗଛ ଉପରେ ରହି ବଞ୍ଚାଇଲେ ଜୀବନ । ସକାଳୁ ଉଦ୍ଧାର କଲା ପୋଲିସ ।

କର୍ଣ୍ଣାଟକ ବିଦାର ଜିଲ୍ଲା ମୋଗଡାଲା ଗାଁରେ ଜଙ୍ଗଲକୁ କାଠ ପାଇଁ ଯାଇ 4 ଜଣ ଶ୍ରମିକ ବନ୍ୟା ଜଳରେ ଫସିଯାଇଥିଲେ । 4 ଜଣଙ୍କ ଭିତରେ ଜଣେ ମହିଳା ଥିଲେ । ତେବେ ସେମାନେ ପୂର୍ବରୁ କାଟିଥିବା କାଠକୁ ଜଙ୍ଗଲକୁ ଆଣିବା ପାଇଁ ଯାଇଥିଲେ । ଏପଟେ ଲଗାଣ ବର୍ଷା କାରଣରୁ ସେହି ଅଞ୍ଚଳରେ ବନ୍ୟା ଆସିଯାଇଥିଲା ।

ବନ୍ୟା ବିତ୍ପାତ୍ତ

ଯେଉଁଥିପାଇଁ 4 ଶ୍ରମିକ ଜଙ୍ଗଲରେ ହିଁ ଫସିଯାଇଥିଲେ । ରାତାସାରି ଗୋଟିଏ ଗଛ ଉପରେ ଚଢି ବନ୍ୟା ଦାଉରୁ ରକ୍ଷା ପାଇଥିଲେ । ଅନ୍ୟପଟେ ଖବର ପାଇ ସକାଳୁ ପୋଲିସର ଏକ ଟିମ୍‌ ଘଟଣାସ୍ଥଳକୁ ଯିବା ସହ ସେମାନଙ୍କୁ ଉଦ୍ଧାର କରିଥିଲା । ସ୍ଥାନୀୟ ମତ୍ସ୍ୟଜୀବୀ ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହାୟତାରେ 4 ଜଣଙ୍କୁ ଉଦ୍ଧାର କରାଯାଇଛି ।

ତେବେ ସେମାନଙ୍କ ଘର ମହାରାଷ୍ଟ୍ରର ଭୀଦ ଜିଲ୍ଲା ବୋଲି ଜଣାପଡିଛି ।

ABOUT THE AUTHOR

...view details