ଭୋପାଳ: କୋରୋନା ସଂକ୍ରମଣ ଜନିତ ସମସ୍ୟା ଓ କଟକଣା କାରଣରୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ଯୋଜନା 'ବନ୍ଦେ ଭାରତ ମିଶନ'ର ଶୁଭାରମ୍ଭ କରିଛନ୍ତି। ତେବେ ଏହି ମିଶନର ଦ୍ବିତୀୟ ପର୍ଯ୍ୟାୟରେ କୁଏତରୁ ପ୍ରାୟ 45 ଜଣ ଭାରତୀୟଙ୍କୁ ନେଇ ଏକ କୁଏତ ଏୟାରୱେଜ୍ ବିମାନ ମଙ୍ଗଳବାର ଦିନ ଇନ୍ଦୋରର ଦେବୀ ଅହିଲ୍ୟାବାଇ ହୋଲକର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି।
ବନ୍ଦେ ଭାରତ ମିଶନ: ଇନ୍ଦୋରରେ ପହଞ୍ଚିଲେ କୁଏତରୁ ପ୍ରାୟ 45 ଭାରତୀୟ - Kuwait Airways flight
ବନ୍ଦେ ଭାରତ ମିଶନର ଦ୍ବିତୀୟ ପର୍ଯ୍ୟାୟରେ କୁଏତ ଏୟାରୱେଜ୍ ବିମାନ ଯୋଗେ ମଙ୍ଗଳବାର ଇନ୍ଦୋରର ଦେବୀ ଅହିଲ୍ୟାବାଇ ହୋଲକର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କଲେ କୁଏତରୁ ପ୍ରାୟ 45 ଜଣ ଭାରତୀୟ । ଅଧିକ ପଢନ୍ତୁ...

ବନ୍ଦେ ଭାରତ ମିଶନ: ଇନ୍ଦୋରରେ ପହଞ୍ଚିଲେ କୁଏତରୁ ପ୍ରାୟ 45 ଭାରତୀୟ
ଏପର୍ଯ୍ୟନ୍ତ ଭାରତୀୟଙ୍କୁ ବିଦେଶରୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନ ଅଧୀନରେ ପ୍ରାୟ 70,000 ଲୋକ ଆସିଥିବା ଭାରତୀୟ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଙ୍ଗଳବାର କହିଛନ୍ତି । ମେ 16 ରେ ଆରମ୍ଭ ହୋଇଥିବା ମିଶନର ଦ୍ୱିତୀୟ ଅଂଶ ପର୍ଯ୍ୟାୟକ୍ରମେ ସ୍ଥାନାନ୍ତରଣ କାର୍ଯ୍ୟ ଚାଲିଛି । ଏବଂ ଏହି ମିଶନର ତୃତୀୟ ପର୍ଯ୍ୟାୟ ଜୁନ୍ 11 ରୁ ଆରମ୍ଭ ହୋଇ ଜୁନ୍ 30 ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।
ସୌଜନ୍ୟ @ ANI