ଓଡିଶା

odisha

ETV Bharat / bharat

କୁମ୍ବମେଳାକୁ ନିଆଁ ଭୟ, ଜଳିଗଲା ରାଜ୍ୟପାଳଙ୍କ ଶିବିର

ଆଜି ପୁଣି ଥରେ କୁମ୍ଭମେଳାରେ ଘଟିଛି ଅଗ୍ନିକାଣ୍ଡ । ଏଥର ବିହାରର ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ ଶିବିରରେ ଲାଗିଛି ନିଆଁ ।

By

Published : Feb 13, 2019, 3:57 PM IST

Updated : Feb 13, 2019, 4:11 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଲକ୍ଷ୍ନୌ: କୁମ୍ଭମେଳା ବାରମ୍ବାର ବିଭିନ୍ନ ପ୍ରକାର ଅଘଟଣକୁ ନେଇ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି । ନିକଟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଜି ପୁଣି ଥରେ ମେଳାରେ ଏଭଳି ଆଉ ଏକ ଅଘଟଣ ଘଟିଛି । ତେବେ ଏଥର ବିହାରର ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ ଶିବିରରେ ଅଗ୍ନିକାଣ୍ଡ ଘଟିଛି ।

ସୂଚନା ଅନୁଯାୟୀ, କୁମ୍ଭ ନିକଟରେ ନୈନିସ୍ଥିତ ଭିଭିଆଇପି ଶିବିରରେ ମଙ୍ଗଳବାର ରାତି ପ୍ରାୟ ସାଢେ 2ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଆଖି ପିଛୁଳାକେ ତାହା 3 ଟି ଶିବିରକୁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ସମୟରେ ଲାଲଜି ଟଣ୍ଡନ ନିଜ ଶିବିରରେ ଥିଲେ । ତେବେ ସୁରକ୍ଷା କର୍ମୀମାନେ ତାଙ୍କୁ ଶିବିରରୁ ବାହାରକୁ ନେଇ ଆସିଥିଲେ । ଘଟଣାରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲେ ବି ଲାଲଜିଙ୍କ ମୋବାଇଲ ଏବଂ ଅନ୍ୟାନ୍ୟ ଜିନିଷ ଜଳିଯାଇଥିବା ସୂଚନା ମିଳିଛି ।

ସୂଚନା ଯୋଗ୍ୟ ଯେ, କୁମ୍ଭମେଳାରେ ଏହା ପୂର୍ବରୁ ମଧ୍ୟ ଜାନୁଆରୀ 19 ଏବଂ ଜାନୁଆରୀ 15 ରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା ।

Last Updated : Feb 13, 2019, 4:11 PM IST

For All Latest Updates

ABOUT THE AUTHOR

...view details