ଓଡିଶା

odisha

ପ୍ରଧାନମନ୍ତ୍ରୀ ହେବେନି ଦେବଗୌଡା, ସ୍ପଷ୍ଟ କଲେ କୁମାରସ୍ବାମୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡାଙ୍କ ପ୍ରଧାନମନ୍ତ୍ରୀ ସମ୍ଭାବନାକୁ ଖଣ୍ଡନ କରିଛନ୍ତି ତାଙ୍କ ପୁଅ ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ । ମହାଗଠବନ୍ଧନ କ୍ଷମତାକୁ ଆସିଲେ ଦେବଗୌଡା ଜଣେ ପରାମର୍ଶଦାତା ହେବେ ବୋଲି ସେ କହିଛନ୍ତି ।

By

Published : Apr 8, 2019, 3:51 PM IST

Published : Apr 8, 2019, 3:51 PM IST

ଫାଇଲ ଫଟୋ

ବେଙ୍ଗାଲୁରୁ: ଚଳିତ ସପ୍ତଦଶ ଲୋକସଭା ନିର୍ବାଚନର ଫଳାଫଳ ନ ଆସୁଣୁ ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ସମଗ୍ର ଦେଶରେ ଚାଲିଛି ଚର୍ଚ୍ଚା । ଏନଡିଏ ନା ମହାଗଠବନ୍ଧନ ପ୍ରାର୍ଥୀ, କିଏ ଏହି ପ୍ରତିଯୋଗିତାରେ ବାଜି ମାରିବ ତାକୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ବିଭିନ୍ନ ଦଳର ନେତା ଏ ସମ୍ପର୍କରେ ନିଜର ମତାମତ ରଖି ସାରିଛନ୍ତି ।

ସଦ୍ୟ ଏ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବର୍ତ୍ତମାନର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡାଙ୍କ ପୁଅ ଏଚଡି କୁମାରସ୍ବାମୀ । ବାପା ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, "ଯଦି ମହାଗଠବନ୍ଧନ କ୍ଷମତାକୁ ଆସେ ତାହେଲେ ଦେବେଗୌଡା ପ୍ରଧାନମନ୍ତ୍ରୀ ଗାଦିରେ ବସିବେ ନାହିଁ । ସେ ଏହି ସରକାରରେ ଜଣେ ପରାମର୍ଶଦାତା ଭାବେ ନିଜର ଦାୟିତ୍ବ ନିର୍ବାହ କରିବେ ।"

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସ୍ବାର୍ଥ ହେଉଛି ପ୍ରଥମ । ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବେ ସେନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ କୁମାରସ୍ବାମୀ । ସୂଚନାଯୋଗ୍ୟ ଯେ ଦକ୍ଷିଣ ଭାରତରେ ମହାଗଠବନ୍ଧନର ଅନ୍ୟତମ ଅଂଶୀଦାର ଦଳ ହେଉଛି ଜେଡିଏସ ।

ଗତ ଫେବୃଆରୀ 27 ତାରିଖରେ କୁମାରସ୍ବାମୀ କହିଥିଲେ ଯେ ଯଦି ଆଗାମୀ ଲୋକସଭା ନିର୍ବାଚନରେ ଜେଡିଏସ-କଂଗ୍ରେସ ମେଣ୍ଟ କର୍ଣ୍ଣାଟକରେ ବାଜିମାତ କରେ ତାହେଲେ ଜଣେ କର୍ଣ୍ଣାଟକୀ ସମ୍ପ୍ରଦାୟର ରାଜନେତା ଆଗାମୀ ପ୍ରଧାନମନ୍ତ୍ରୀ ହେବେ ।

ABOUT THE AUTHOR

...view details