ଚଣ୍ଡିଗଡ: ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ହରିୟାଣା ପ୍ରଦେଶ କଂଗ୍ରେସ କମିଟିରେ ସଙ୍ଗଠନିକସ୍ତରରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନର ରାଜ୍ୟ କଂଗ୍ରେସର ସଭାପତି ଥିବା ଅଶୋକ ତନୱାରଙ୍କୁ ବଦଳାଯାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁମାରୀ ସୈଲଜାଙ୍କୁ ହରିୟାଣା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିଯୁକ୍ତ କରାଯାଇଛି। ସେହିପରି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ବିଧାୟକ ଦଳ ନେତା ଏବଂ ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ଦାୟିତ୍ବ ମିଳିଛି।
ପିସିସି ସଭାପତି ଭାବେ ନିଯୁକ୍ତ ହେବା ପରେ ପ୍ରତିକ୍ରିୟା ରଖି କୁମାରୀ ସୈଲଜା କହିଛନ୍ତି ଯେ, ଦଳ ମୋତେ ବହୁତ ବଡ ଦାୟୀତ୍ବ ଦେଇଛି । ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ ଏବଂ ଆମେ ସମସ୍ତେ ଦଳର ବିଚାର ଧାରା ପାଇଁ ପ୍ରତିବଦ୍ଧ।
ଆଗକୁ ନିର୍ବାଚନ: ହରିୟାଣା ପ୍ରଦେଶ କଂଗ୍ରେସ କମିଟିରେ ଅଦଳବଦଳ - haryana
ଚଳିତ ବର୍ଷ ହରିୟାଣାରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହା ପୂର୍ବରେ ଦଳର ସାଙ୍ଗଠନିକ ସ୍ତରରେ ପରିବର୍ତ୍ତନ କରିଛି କଂଗ୍ରେସ। ଏହି କ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁମାରୀ ସୈଲଜାଙ୍କୁ ହରିୟାଣା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ସହ ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରାଯାଇଛି।
ଫାଇଲ ଫଟୋ
ତେବେ ଏହା ପୂର୍ବରୁ ହରିୟାଣା କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଦେଖାଦେଇଥିଲା । ଅଶୋକ ତନୱାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡ୍ଡାଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଦଳ କୁମାରୀ ସୈଲଜାଙ୍କୁ ରାଜ୍ୟ ଶାଖାର ସଭାପତି ପଦରେ ଅବସ୍ଥାପିତ କରାଯାଇଛି। ସେ 2019 ଲୋକସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ଅମ୍ବାଲା ଆସନରୁ ଲଢିଥିଲେ । ତେବେ ସେ ଭାରତୀୟ ଜନତା ପାର୍ଟିର ରତନ ଲାଲ କଟାରିଆଙ୍କ ଠାରୁ ପରାସ୍ତ ହୋଇଥିଲେ।