ଜାମ୍ମୁ: ସୁରକ୍ଷା କର୍ମୀଙ୍କ ମଧ୍ୟରେ କୋରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର 31 ଜଣ କର୍ମଚାରୀ ଜାମ୍ମୁ କାଶ୍ମୀରର କୁଲଗାମରେ ସଂକ୍ରମିତ ହୋଇଥିବା ଜଣାପଡିଛି।
ଜାମ୍ମୁ କାଶ୍ମୀରର କୁଲଗାମରେ ନିୟୋଜିତ CRPF ର 90 ବାଟାଲିୟନରେ 300 ରୁ ଅଧିକ ସୈନିକଙ୍କ କୋରୋନା ପରୀକ୍ଷା କରାଯାଇଥିଲା । ଯାହାର ରିପୋର୍ଟ ଶନିବାର ଆସିଛି । ଏଥିରେ 31 ଜଣ ଯବାନ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଏକ ସମ୍ପୂର୍ଣ୍ଣ ବ୍ୟାଚର କୋରୋନା ପରୀକ୍ଷା କରାଯାଇଛି ।