ଓଡିଶା

odisha

ETV Bharat / bharat

ଉନ୍ନାଓ ପୀଡିତା ବାପାଙ୍କ ହତ୍ୟା ମାମଲା: କୁଲଦୀପ ସିଂହ ସେଙ୍ଗାର ଦୋଷୀ ସାବ୍ୟସ୍ତ - କୂଳଦୀପ ସିଂହ ସେଙ୍ଗାର

ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ବାପାଙ୍କ ହତ୍ୟା ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେଙ୍ଗାରଙ୍କ ସମେତ 7 ଜଣ ଅଭିଯୁକ୍ତ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

Kuldeep Sengar
କୂଳଦୀପ ସିଂହ ସେଙ୍ଗାର

By

Published : Mar 4, 2020, 1:09 PM IST

ଲକ୍ଷ୍ନୌ: ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ବାପାଙ୍କ ହତ୍ୟା ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀର ତିସ ହଜାରୀ କୋର୍ଟ ବୁଧବାର ମାମଲାର ରାୟ ଶୁଣାଇ ସେଙ୍ଗାରଙ୍କ ସମେତ 7 ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେପଟେ ଘଟଣାରେ ଅନ୍ୟ 4 ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତେବେ ସେମାନଙ୍କ ଦଣ୍ଡାଦେଶର ଶୁଣାଣି ମାର୍ଚ୍ଚ 12 ତାରିଖରେ ହେବ ।

ପୀଡିତାଙ୍କ ପିତା 9 ଏପ୍ରିଲ 2018ରେ ବିଚାର ବିଭାଗୀୟ ହେପାଜତରେ ମୃତ୍ୟୁବରଣ କରିଥିଲେ । ଏହି ହତ୍ୟା ମାମଲାରେ ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ସମେତ ଅନ୍ୟ 11 ଜଣ ଅଭିଯୁକ୍ତ ରହିଥିଲେ ।

ଜୁନ 4, 2017ରେ ପୀଡିତା କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହାପରେ ସେଙ୍ଗରଙ୍କ ଭାଇ ଅତୁଲ ସିଂ ଏବଂ ତାଙ୍କ ସହଯୋଗୀ ପୀଡିତାଙ୍କ ବାପାଙ୍କୁ ମାଡ ମାରି ଅଧାମରା ଅବସ୍ଥାରେ ପୋଲିସକୁ ହସ୍ତାନ୍ତର କରିଦେଇଥିଲେ । ତେବେ ପୀଡିତାଙ୍କ ପିତାଙ୍କୁ ଜେଲ ସ୍ଥାନାନ୍ତର କରିବାର କିଛି ଘଣ୍ଟା ମଧ୍ୟରେ ସେ ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ ।

ତେବେ ତିସ ହଜାରୀ କୋର୍ଟ 20 ଡିସେମ୍ବର 2019 ରେ ସେଙ୍ଗରଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ଏହା ବ୍ୟତୀତ କୋର୍ଟ 25 ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଥିଲେ । ଏହି ଜରିମାନା ମଧ୍ୟରୁ 10 ଲକ୍ଷ ଟଙ୍କା ପୀଡିତାଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସେପଟେ ତିସ ହଜାରୀ କୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ କୁଲଦୀପ ସିଂ ସେଙ୍ଗର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details