ଓଡିଶା

odisha

By

Published : Jul 28, 2020, 3:46 AM IST

ETV Bharat / bharat

କୁଳଭୂଷଣ ଯାଦବ ମାମଲା: ପାକିସ୍ତାନ ସଂସଦରେ ଅଧ୍ୟାଦେଶ ଜାରୀ କଲେ ଇମ୍ରାନ ସରକାର

କୁଳଭୂଷଣ ଯାଦବ ମାମଲାରେ ଅନ୍ତରାଷ୍ଟ୍ରୀୟ ଅଦାଲତର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଅଧ୍ୟାଦେଶ ଆଣିଛି ପାକିସ୍ତାନ । ଏହି ମାମଲାରେ ପାକିସ୍ତାନ ସଂସଦରେ ଅଧ୍ୟାଦେଶ ଜାରୀ କରିଛନ୍ତି ଇମ୍ରାନ ସରକାର । ଅଧିକ ପଢନ୍ତୁ...

କୁଳଭୂଷଣ ଯାଦବ ମାମଲା: ପାକିସ୍ତାନ ସଂସଦରେ ଅଧ୍ୟାଦେଶ ଜାରୀ କଲେ ଇମ୍ରାନ ସରକାର
କୁଳଭୂଷଣ ଯାଦବ ମାମଲା: ପାକିସ୍ତାନ ସଂସଦରେ ଅଧ୍ୟାଦେଶ ଜାରୀ କଲେ ଇମ୍ରାନ ସରକାର

ଇସଲାମାବାଦ: ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ଅନ୍ତରାଷ୍ଟ୍ରୀୟ ଅଦାଲତର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଅଧ୍ୟାଦେଶ ଆଣିଛି ପାକିସ୍ତାନ । ବିରୋଧୀ ଦଳର ବିରୋଧ ସତ୍ତ୍ବେ ପାକିସ୍ତାନ ସରକାର ଏହି ଅଧ୍ୟାଦେଶ ଗୃହରେ ଆଗତ କରିଛନ୍ତି ।

ଗତ ମେ 20ରେ ଅଧିନିୟମ 'ଅନ୍ତରାଷ୍ଟ୍ରୀୟ ସମୀକ୍ଷା ଓ ପୁନର୍ବିଚାର ଅଧ୍ୟାଦେଶ 2020' ଆଧାରରେ ସୈନ୍ୟ ଅଦାଲତର ରାୟର ସମୀକ୍ଷା ପାଇଁ ଏକ ଆବେଦନ ଏହି ନିୟମ ଜାରି ହେବାର 60 ଦିନ ମଧ୍ୟରେ ଇସଲାମାବାଦ ହାଇକୋର୍ଟରେ ଦାଖଲ କରାଯାଇପାରିବ । ଗୁପ୍ତଚର ଅଭିଯୋଗରେ ଏପ୍ରିଲ 2017 ରେ ପାକିସ୍ତାନୀ ସାମରିକ କୋର୍ଟ ଦ୍ବାରା 50 ବର୍ଷ ବୟସ୍କ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ ଯାଦବଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଯାଦବଙ୍କ କୂଟନୌତିକ ପ୍ରବେଶକୁ ଅସ୍ବୀକାର କରିବା ସହ ମୃତ୍ୟୁଦଣ୍ଡକୁ ଚ୍ୟାଲେଞ୍ଜ କରି ଭାରତ ପାକିସ୍ତାନ ବିରୋଧରେ ଆଇସିଜେ ନିକଟରେ ପହଞ୍ଚିଥିଲା ।

ପାକିସ୍ତାନ ଗତ ସପ୍ତାହରେ ଏକପାଖିଆ ପଦକ୍ଷେପ ନେଇ ସଲାମାବାଦ ହାଇକୋର୍ଟରେ ଯାଦବଙ୍କ ପାଇଁ "ଆଇନ ପ୍ରତିନିଧୀ" ନିଯୁକ୍ତ କରିବାକୁ ଆବେଦନ କରିଥିଲା । ତେବେ ଏହି ନିୟମ ଅନୁଯାୟୀ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଆବେଦନ କରାଯିବା ପୂର୍ବରୁ ଭାରତ ସରକାରଙ୍କ ସମେତ ପ୍ରମୁଖ ଦଳର ପରାମର୍ଶ ନିଆଯାଇନଥିଲା ।

ABOUT THE AUTHOR

...view details