ଓଡିଶା

odisha

ETV Bharat / bharat

ପୁନର୍ବିଚାର ଆବେଦନ ପାଇଁ ମନା କଲେ କୁଳଭୂଷଣ ଯାଦବ ! - kulbhushan

17 ଜୁନ୍ 2020 ରେ କୁଳଭୂଷଣ ଯାଦବଙ୍କୁ ତାଙ୍କ ଦଣ୍ଡର ସମୀକ୍ଷା ଏବଂ ପୁନର୍ବିଚାର ପାଇଁ ଆବେଦନ କରିବାକୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ନିଜର ଆଇନଗତ ଅଧିକାରକୁ ବ୍ୟବହାର କରି ଦଣ୍ଡବିଧାନର ପୁନର୍ବିଚାର ପାଇଁ ଆବେଦନ କରିବାକୁ ମନା କରିଦେଇଥିବା ପାକିସ୍ତାନର ଆଟର୍ଣ୍ଣି ଜେନେରାଲ କହିଛନ୍ତି।

 କୁଳଭୂଷଣ ଯାଦବ
କୁଳଭୂଷଣ ଯାଦବ

By

Published : Jul 8, 2020, 2:47 PM IST

ଇସଲାମାବାଦ: ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ମାମଲାକୁ ନେଇ ବଡ ଦାବି କରିଛି ପାକିସ୍ତାନ । ଭାରତୀୟ ନାଗରିକ କୁଳଭୂଷଣ ଯାଦବ ତାଙ୍କ ଦଣ୍ଡାଦେଶର ପୁନର୍ବିଚାର ଆବେଦନ ପାଇଁ ମନା କରିଦେଇଥିବା ପାକିସ୍ତାନ ପକ୍ଷରୁ କୁହାଯାଇଛି ।

17 ଜୁନ୍ 2020 ରେ କୁଳଭୂଷଣ ଯାଦବଙ୍କୁ ତାଙ୍କ ଦଣ୍ଡର ସମୀକ୍ଷା ଏବଂ ପୁନର୍ବିଚାର ପାଇଁ ଆବେଦନ କରିବାକୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ନିଜର ଆଇନଗତ ଅଧିକାରକୁ ବ୍ୟବହାର କରି ଦଣ୍ଡବିଧାନର ପୁନର୍ବିଚାର ପାଇଁ ଆବେଦନ କରିବାକୁ ମନା କରିଦେଇଥିବା ପାକିସ୍ତାନର ଆଟର୍ଣ୍ଣି ଜେନେରାଲ କହିଛନ୍ତି।

ସେପଟେ ଯାଦବ ତାଙ୍କ ବିଚାରାଧୀନ ରାଜକ୍ଷମା ଆବେଦନ ଉପରେ ଅନୁସରଣ କରିବାକୁ ଚାହୁଁଛନ୍ତି ବୋଲି ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଇସଲାମାବାଦ ଯାଦବଙ୍କୁ ଦ୍ୱିତୀୟ କନସୁଲାର ଆକସେସ ସୁବିଧା ପ୍ରଦାନ କରିଛି। ସେ ନିଜର ବିଚାରାଧୀନ ରାଜକ୍ଷମା ଆବେଦନ ଉପରେ ଅନୁସରଣ କରିବାକୁ ଚାହୁଁଛନ୍ତି ।

ଏହାପୂର୍ବରୁ ମେ ମାସରେ ପାକିସ୍ତାନ କହିଥିଲା ​ଯେ, କୁଳଭୂଷଣ ଯାଦବ ମାମଲାର ସମୀକ୍ଷା ସୁନିଶ୍ଚିତ କରିବା ପାଇଁ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପଦକ୍ଷେପ ନିଆଯାଉଛି।

ସୂଚନାଯୋଗ୍ୟ ଯେ, ଗୁପ୍ତଚର ଅଭିଯୋଗରେ ୨୦୧୭ରେ କୁଳଭୂଷଣଙ୍କୁ ପାକ୍‌ ସାମରିକ ଅଦାଲତ ମୃତ୍ୟୁଦଣ୍ଡାଦେଶ ଶୁଣାଇଛି। ପାକିସ୍ତାନ ଭିଏନା ସନ୍ଧିର ନିୟମର ଉଲ୍ଲଙ୍ଘନ କରିଥିବା ନେଇ ଭାରତ ଆଇସିଜେର ଦ୍ୱାରସ୍ଥ ହୋଇଥିଲା । ପାକିସ୍ତାନ ମିଥ୍ୟା ତଥ୍ୟ ରଖିଥିବା ଭାରତ ପକ୍ଷରୁ ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ଯୁକ୍ତି ରଖିଥିଲେ । ଏହା ପରେ କୁଳଭୂଷଣଙ୍କ ଦଣ୍ଡାଦେଶ ଉପରେ ରୋକ୍‍ ଲଗାଇଥିଲେ ଆଇସିଜେ । ଏହା ସହିତ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକସେସ ଦେବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ ।

ABOUT THE AUTHOR

...view details