ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ଫାଶୀର ପୂନର୍ବିଚାର ଯାଚିକା ଆବେଦନ ପାଇଁ ମନାକରିବା ନେଇ ପାକିସ୍ତାନ ଦାବି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛି ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟ । ଏହା ପାକ୍ତିସ୍ତାନର ଚିରଚରିତ ଉଦ୍ଦେଶ୍ୟ ତଥା ଷଡଯନ୍ତ୍ରର ଏକ ଅଂଶ ବୋଲି କହିଛନ୍ତି ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟର ପ୍ରବକ୍ତା ।
ପାକିସ୍ତାନ କୁଳଭୁଷଣଙ୍କ ଉପରେ ଚାପ ପକାଉଥିବା ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟର ଦାବି
କୁଳଭୂଷଣ ଯାଦବ ଘଟଣା । ରିଭ୍ୟୁ ପିଟିସନ ଦାଖଲ କରିବା ପାଇଁ ମନାକରିବାକୁ କୁଳଭୂଷଣଙ୍କ ଉପରେ ପାକିସ୍ତାନ ଚାପ ପକାଉଥିବା ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟର ଦାବି । ଅଧିକ ପଢନ୍ତୁ...
ପାକିସ୍ତାନ କୁଳଭୁଷଣଙ୍କ ଉପରେ ଚାପ ପକାଉଥିବା ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟର ଦାବି
ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି ଯେ କୁଳଭୂଷଣ ଯାଦବ ମାମଲାରେ କୂଟନୈତିକ ମାଧ୍ୟମରେ ଆଇସିଜେର ନିର୍ଦ୍ଦେଶକୁ ପୂର୍ଣ୍ଣରୂପେ ଲାଗୁ କରାଇବାକୁ ନେଇ ପ୍ରୟାସ ଜାରି ରଖିଛି ଭାରତ । ଏହାସହ ସେ ପାକ୍ତିସ୍ତାନର ଦାବିକୁ ପ୍ରତ୍ୟାକ୍ଷାନ କରିଦେଇଛନ୍ତି । ସେ ନିଜଜ ପ୍ରତିକ୍ରିୟାରେ କହିଛନ୍ତି ଗତ 4 ବର୍ଷରୁ ପାକିସ୍ତାନ ଏମିତି ଖେଳ ଖେଳିଆସୁଛି । କୁଳଭୂଷଣଙ୍କୁ ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନାକରିବା ପାଇଁ ପାକିସ୍ତାନ ଚାପ ପକାଇଥିବା ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟର ପ୍ରବକ୍ତା ଦାବି କରିଛନ୍ତି ।