ଓଡିଶା

odisha

ETV Bharat / bharat

କୂଳଭୂଷଣ ମାମଲା: ପାକିସ୍ତାନ ସହ ଯୋଗାଯୋଗରେ ଅଛି ଦେଶ - ପାକିସ୍ତାନ ସହ ଯୋଗାଯୋଗରେ ଅଛି ଦେଶ

କୂଳଭୂଷଣ ମାମଲା । ଆଇସିଜେଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ପାକିସ୍ତାନ ସହ ଯୋଗଯୋଗରେ ରହିଛି ଦେଶ । ଅଧିକ ପଢନ୍ତୁ...

କୂଳଭୂଷଣ ମାମଲା: ପାକିସ୍ତାନ ସହ ଯୋଗାଯୋଗରେ ଅଛି ଦେଶ
କୂଳଭୂଷଣ ମାମଲା: ପାକିସ୍ତାନ ସହ ଯୋଗାଯୋଗରେ ଅଛି ଦେଶ

By

Published : May 6, 2020, 11:27 AM IST

ନୂଆଦିଲ୍ଲୀ: କୂଳଭୂଷଣ ମାମଲାରେ ପାକିସ୍ତାନ ଅନ୍ତର୍ଜାତୀୟ ଅଦାଲତ(ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ ବା ଆଇସିଜେ)ଙ୍କ ନିଷ୍ପତ୍ତି ଉପରେ କାର୍ଯ୍ୟ କରିବାକୁ ପାକିସ୍ତାନ ସହ ଯୋଗଯୋଗରେ ଅଛି ଦେଶ । କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଭାରତ ପାକିସ୍ତାନ ସହ ଯୋଗାଯୋଗ ରଖିଛି । ଗତ ବର୍ଷ ଭାରତ ସପକ୍ଷରେ ରାୟ ଶୁଣାଇଲେ ଆଇସିଜେ । ନ୍ୟୁଜ ଏଜେନ୍ସି ଏଏନଆଇ ପକ୍ଷରୁ ପ୍ରକାଶିତ ।

ଗତ ସେପ୍ଟେମ୍ବର 2018 ମସିହାରେ କନସୁଲା ଆସେସ ମିଳିବା ପରେ କୂଳଭୂଷଣଙ୍କୁ ଭାରତୀୟ ଡେପୁଟି ହାଇକମିସନର ଗୌରବ ଆହଲୁୱାଲିୟା ସାକ୍ଷାତ କରିଥିଲେ ।

ଜୁଲାଇ ମାସରେ ଆଇସିଜେ ଭାରତ ପକ୍ଷରେ ରାୟ ଶୁଣାଇଥିଲେ । କୂଳଭୂଷଣଙ୍କୁ ଫାଶୀ ଦିଆଯାଇପାରିବ ନାହିଁ । ଆଇସିଜେର ମୋଟ 16 ଜଣ ସଦସ୍ୟଙ୍କ ଭିତରୁ 15ଜଣ ଭାରତ ସପକ୍ଷରେ ଯାଇଥିବାବେଳେ ଗୋଟିଏ ମାତ୍ର ପାକିସ୍ତାନ ସପକ୍ଷରେ ରହିଥିଲା ।ପାକିସ୍ତାନ ମୃତ୍ୟୁଦଣ୍ଡ ଦୋଷ ଉପରେ ପୁଣି ଥରେ ରିଭ୍ୟୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ଗତ 2016 ମାର୍ଚ୍ଚ ଠାରୁ ପାକିସ୍ତାନ କୂଳଭୂଷଣଙ୍କୁ ଗୁପ୍ତଚର ଅଭିଯୋଗରେ ଇରାନ ସୀମାରୁ ଗିରଫ କରି ରଖିଛି । 2017 ଏପ୍ରିଲ 17ରେ ପାକିସ୍ତାନର ମିଲିଟାରୀ କୋର୍ଟ ଯାଦବଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲା । କିନ୍ତୁ ପାକିସ୍ତାନର ଏହି ଅଭିଯୋଗକୁ ଭାରତ ଖଣ୍ଡନ କରିବା ସହ ଇରାନରୁ କିଡନାପ କରିନେଇଥିବା କହିଛି ।

ABOUT THE AUTHOR

...view details