ଓଡିଶା

odisha

ETV Bharat / bharat

କୁଳଭୂଷଣ ମାମଲାରେ ଭାରତର ବଡ ବିଜୟ, ପାକିସ୍ତାନର ସମସ୍ତ ଯୁକ୍ତି ଖାରଜ - ଆଇସିଜେ ଅଧକ୍ଷ

ପାକିସ୍ତାନକୁ ଶକ୍ତ ଚାପୁଡା ମାରିଛନ୍ତି ଆଇସିଜେ । କୁଳଭୂଷଣ ମାମଲାରେ ପାକର ସମସ୍ତ ଯୁକ୍ତି ଖାରଜ ।

ଫାଇଲ ଫଟୋ

By

Published : Oct 31, 2019, 2:36 PM IST

ହାଇଦ୍ରାବାଦ: କୁଳଭୂଷଣ ମାମଲାରେ ଭାରତକୁ ବଡ ବିଜୟ ମିଳିଛି । ଅନ୍ତର୍ଜାତୀୟ ଅଦାଲତ ଆଜି ପାକିସ୍ତାନକୁ କଡା ଭାଷାରେ ଭତ୍ସନା କରିଛନ୍ତି ।


ଆଇସିଜେ ଜାତିସଂଘକୁ କହିଛନ୍ତି ପାକିସ୍ତାନ କୁଳଭୂଷଣ ଯାଦକୁ କୂଟନୈତିକ ସହାୟତା ନଦେଇ ଅନ୍ତର୍ଜାତୀୟ ଅଦାଲତଙ୍କ ନିର୍ଦ୍ଦେଶ ଭଙ୍ଗ କରିଛି । ଆଇସିଜେ ଅଧ୍ୟକ୍ଷ ଗତକାଲି ଜାତିସଂଘକୁ ତାଙ୍କ ରିପୋର୍ଟ ଦେଇଛନ୍ତି । ଆଇସିଜେ ରିପୋର୍ଟରେ କହିଛନ୍ତି ପାକିସ୍ତାନ ଭିଏନା ଯୁକ୍ତିର ଧାରା 36 ଉଲ୍ଲଘଂନ କରିଛି । ଏହାସହ କହିଛନ୍ତି ପାକିସ୍ତାନ ଆଇନ ଉଲଘଂନକାରୀ ରାଷ୍ଟ୍ର । ପାକିସ୍ତାନର ସମସ୍ତ ଯୁକ୍ତି 15-1ରେ ନାକଚ ହୋଇଛି ।

ସୂଚନାଯୋଗ୍ୟଯେ 12 ସେପ୍ଟେମ୍ବରରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଥିଲା କୁଳଭୂଷଣ ମାମଲାରେ ଭାରତ ପୁଣିଥରେ କୋର୍ଟଙ୍କ ଦ୍ବାରସ୍ତ ହେବ । ସେହିଦିନ ପାକିସ୍ତାନ ଅନ୍ତର୍ଜାତୀୟ ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଘଂନ କରିଥିଲା । ସେହି ଦିନ କୁଳଭୂଷଣଙ୍କୁ କୂଟ ନୈତିକ ସହାୟତା ଦେବାକୁ ମନା କରିଦେଇଥିଲା । କିନ୍ତୁ ତା ପୂର୍ବରୁ ସେପ୍ଟେମ୍ବର 2ରେ କୁଳଭୂଷଣଙ୍କୁ କୁଟନୈତିକ ସହାୟତା ଅନ୍ତର୍ଜାତୀୟ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଯୋଗାଇ ଦେଇଥିଲା ।

ABOUT THE AUTHOR

...view details