ଓଡିଶା

odisha

ETV Bharat / bharat

ୟେଦୁରପା ସରକାର ବିପିଏଲ ପରିବାରକୁ ସ୍ୱାସ୍ଥ୍ୟ କିଟ୍ ଯୋଗାଇବା ଉଚିତ - health kit

କୋରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ପରିବାରକୁ ଭିଟାମିନ୍- ସି ଔଷଧ, ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରମାଣିତ ଇମ୍ୟୁନିଟି ବୁଷ୍ଟର ଏବଂ ସାନିଟାଇଜର ଯୋଗାଇବା ଉଚିତ୍ ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କହିଛନ୍ତି ।

corona
ୟେଦରୁପା ସରକାର ବିପିଏଲ ପରିବାରକୁ ସ୍ୱାସ୍ଥ୍ୟ କିଟ୍ ଯୋଗାଇବା ଉଚିତ୍

By

Published : Jul 13, 2020, 9:31 PM IST

ବେଙ୍ଗାଲୁରୁ: କୋରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ପରିବାରକୁ ଭିଟାମିନ୍- ସି ଔଷଧ, ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରମାଣିତ ଇମ୍ୟୁନିଟି ବୁଷ୍ଟର ଏବଂ ସାନିଟାଇଜର ଯୋଗାଇବା ଉଚିତ୍ ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କହିଛନ୍ତି ।

ଏଥିସହ ଜେଡିଏସ ନେତା କହିଛନ୍ତି, ଯେଉଁମାନଙ୍କ ଠାରେ କୋରୋନା ଲକ୍ଷଣ ପରିଲକ୍ଷିତ ହେଉଛି କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଉପଯୁକ୍ତ ମେଡିସିନ ଯୋଗାଇ ଦିଆଯିବା ଆବଶ୍ୟକ । ଏପରି କରି ସରକାର କୋରୋନାକୁ ବ୍ୟାପିବାରୁ ରୋକିପାରିବେ ବୋଲି କୁମାରସ୍ବାମୀ କହିଛନ୍ତି । ତେବେ ଯଦି ସରକାର ସମସ୍ତଙ୍କୁ ସ୍ବାସ୍ଥ୍ୟ କିଟ ଯୋଗାଇବାରେ ଅସମର୍ଥ ତେବେ କେବଳ ବିପିଏଲ ପରିବାରକୁ ସ୍ୱାସ୍ଥ୍ୟ କିଟ୍ ଯୋଗାଇବା ଉଚିତ୍ ବୋଲି ସେ କହିଛନ୍ତି । ପ୍ରକାଶ ଥାଉକି, ବର୍ତ୍ତମାନ କର୍ଣ୍ଣାଟକରେ 38843 କୋରୋନା ମାମଲା ରହିଛି ।

ABOUT THE AUTHOR

...view details