ୟାଦାଗିରି: କର୍ଣ୍ଣାଟକ ୟାଦାଗିରି ଠାରେ ମଙ୍ଗଳବାର ଘଟିଛି ଏକ ଦୁଃଖଦ ଘଟଣା । ଯାହାର ହୃଦୟ ବିଦାରକ ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ଏକ କେଏସଆରସିଟିସି ବସ ଜଣେ ପାଞ୍ଚ ବର୍ଷୀୟ ଶିଶୁ ଉପରେ ଚଢ଼ିଯିବାରୁ ତାର ମୃତ୍ୟୁ ହେବା ସହ ଶିଶୁଟିର ମା ଗୁରୁତର ଆହତ ହୋଇଛନ୍ତି ।
ଭିଡିଓରେ ଦେଖାଯାଉଛି ଯେ, ଜଣେ ମହିଳା ନିଜ ଶିଶୁ ପୁତ୍ରକୁ ଧରି ରାସ୍ତାରେ ଯାଉଥିବା ସମୟରେ ସେଠାରେ ଛିଡା ହୋଇଥିବା ବସଟି ଚାଲିବା ଆରମ୍ଭ କରିଥିଲା । ଯାହା ପ୍ରଥମେ ମହିଳାଙ୍କୁ ଧକ୍କା ଦେଇଥିଲା ଫଳରେ ଶିଶୁଟି ମା ଠାରୁ ଅଲଗା ହୋଇ ପଡିଯାଇଥିଲା ଓ ବସ ଚକ ତା ଉପରେ ଚଢି଼ ଯାଇଥିଲା ।