ବେଙ୍ଗାଲୁରୁ: ସବୁଠି ଜୋରଦାର ହୋଇଛି ପ୍ଲାଷ୍ଟିକ ବିରୋଧୀ ଆନ୍ଦୋଳନ । କର୍ଣ୍ଣାଟକ ଷ୍ଟେଟ କ୍ରିକେଟ ଆସୋସିଏସନ ମଧ୍ୟ ପ୍ଲାଷ୍ଟିକ ବ୍ୟବହାରକୁ ନେଇ ଉଦବେଗ ପ୍ରକାଶ କରିଛି । ତେବେ ପୂର୍ବରୁ ପରିବେଶ ସୁରକ୍ଷା ଦିଗରେ ବହୁ ପଦକ୍ଷେପ ଗ୍ରହଣ କରିଛି କେଏସସିଏ । ସୋଲାର ପାୱାର, ସବ-ଏୟାର ସିଷ୍ଟମ, ବାୟୋ-ଗ୍ୟାସ ଭଳି ଅନେକ କିଛି । ତେବେ ପୁଣି ଏକ ‘ଗୋ ଗ୍ରୀନ’ର ଶୁଭାରମ୍ଭ କରିଛି । ଗତ ଗୁରୁବାର ଚିନ୍ନାସ୍ବାମୀ ଷ୍ଟାଡିୟମରେ ପ୍ଲାଷ୍ଟିକ ସେର୍ଡର ମେସିନକୁ ସ୍ଥାପିତ ହୋଇଯାଇଛି ।
ପ୍ଲାଷ୍ଟିକ ବ୍ୟବହାର ବନ୍ଦ ନେଇ କର୍ଣ୍ଣାଟକ କ୍ରିକେଟ ବୋର୍ଡର ଉଦବେଗ ସେର୍ଡର ମେସିନ, କେଏସସିଏ ଅଧ୍ୟକ୍ଷ ଓ ପୂର୍ବତନ ବିଶ୍ବ କପ ବିଜେତା ଭାରତୀୟ କ୍ରିକେଟର ରୋଜର ବିନି ଏହି ମେସିନର ଉଦଘାଟନ କରିଥିଲେ । ଆବର୍ଜନା ପରିଚାଳନା ଦିଗରେ ପୁଣି ଏକ ନୂତନ ପ୍ରୟାସ କରି ଚିନ୍ନାସ୍ବାମୀ ଷ୍ଟାଡିୟମ ନିକଟରେ ସ୍ଥାପିତ କରିଛି ପ୍ଲାଷ୍ଟିକ ବୋତଲ ସେର୍ଡର ମେସିନ ।
ପ୍ଲାଷ୍ଟିକ ଆବର୍ଜନକୁ ନେଇ ଆରମ୍ଭ କରିଛୁ 'ଗୋ ଗ୍ରୀନ' ପ୍ରୋଜେକ୍ଟ । ଆଗକୁ ପ୍ଲାଷ୍ଟିକ ବୋତଲ ବ୍ୟାନ ନେଇ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ପ୍ଲାଷ୍ଟିକ କ୍ରସର ମାଧ୍ୟମରେ 85 ପ୍ରତିଶତ ପ୍ଲାଷ୍ଟିକ ଆବର୍ଜନାକୁ ହ୍ରାସ କରାଯାଇପାରୁଛି ବୋଲି କୁହନ୍ତି, ପୂର୍ବତନ କ୍ରିକେଟର ରୋଜର ବିନି ।
ରିଲାଏନ୍ସ ଇଣ୍ଡୋଷ୍ଟ୍ରୀ ସହିତ ମିଶି ଏହି ମେସିନ ସ୍ଥାପନା କରିବା ସହ ମେସିନ, ବାୟୋକ୍ରସ ଇଣ୍ଡିଆର ପ୍ରୟୋଜକ କରୁଛି ରିଲାଏନ୍ସ । ଅଟକଳ ଅନୁଯାୟୀ, ଏହି ମେସିନ ପ୍ରତି ବର୍ଷ ପାଖାପାଖି 4ଲକ୍ଷ ପ୍ଲାଷ୍ଟିକ ବୋତଲକୁ ଗୁଣ୍ଡ କରିବାର ସକ୍ଷମ ରଖୁଛି । ଆଉ ଖଣ୍ଡ ଖଣ୍ଡରେ ପରିଣତ ହୋଇଥିବା ଏହି ପ୍ଲାଷ୍ଟିକକୁ ପୁନଃ ବ୍ୟବହାର କରି ଟି-ସାର୍ଟ, ସ୍ପୋର୍ଟ ସୁ ଆଦି ତିଆରି ।
କ୍ରିକେଟ ଜଗତର ଏହି ପ୍ରଚେଷ୍ଟା ଅନ୍ୟ ରାଜ୍ୟ ପାଇଁ ନିଶ୍ଚୟ ଉଦହାରଣ ସୃଷ୍ଟି କରିପାରିବ ବୋଲି ଆଶା ରଖିଛନ୍ତି ବିନି । ପରିବେଶ ସୁରକ୍ଷା ଦିଗରେ ଆମର ଏହା ଛୋଟିଆ ପ୍ରଚେଷ୍ଟା । ଆଉ ଏପରି କରି ଆମେ ରାଜ୍ୟକୁ ଆହୁରି ସ୍ବଚ୍ଛତା କରିବ । ଏହି କାର୍ଯ୍ୟକ୍ରମ ଶିଶୁଙ୍କ କ୍ଷେତ୍ରରେ ସଚେତନା କରିବ । ପ୍ଲାଷ୍ଟିକ ପ୍ରଦୂଷଣ ରୋକିବାରେ କେଏସସିଏ ସଫଳ ହେବା ସହ ଏକ ସକାରତ୍ମକ ପ୍ରଭାବ ପକାଇବା ବୋଲି ଏକଏସସିଏ ଆଶା ରଖିଛି ।