ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ବନ୍ୟା ବିପତ୍ତି: ଭୂସ୍ଖଳନରେ ଭାଙ୍ଗଲା ଚିଗାଲ୍ଲୀ ଚେକ ଡ୍ୟାମ - କର୍ଣ୍ଣାଟକ ବନ୍ୟା

ସୋମବାର ସଂଧ୍ୟାରେ କନ୍ନଡ ଜିଲ୍ଲାର ଚିଗାଲ୍ଲୀ ଚେକ ଡ୍ୟାମରେ ଭୂସ୍ଖଳନ ହୋଇଛି । ଫଳରେ ଲକ୍ଷ ଲକ୍ଷ ଚାଷ ଜମି ଜଳମଗ୍ନ ହୋଇଯାଇଛି ।

ଫଟୋ ସୌଜନ୍ୟ- ଇଟିଭି ଭାରତ

By

Published : Aug 12, 2019, 8:51 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦେଖିବାକୁ ମିଳୁଛି ବନ୍ୟାର କରାଳ ରୂପ । ଲଗାଣ ବର୍ଷା ସହିତ ବନ୍ୟାରେ ତ୍ରାହି ତ୍ରାହି ଡାକୁଛନ୍ତି କର୍ଣ୍ଣାଟକ ବାସୀ । ଇତିମଧ୍ୟରେ ସଂଧ୍ୟାରେ ଆଉ ଏକ ଅଘଟଣ ଘଟିଛି । ସ୍ଥାନୀୟ ଚିଗାଲ୍ଲୀ ଚେକ ଡ୍ୟାମରେ ଭୂସ୍ଖଳନ ହୋଇଛି । ଏଥିଯୋଗୁଁ ଲକ୍ଷଲକ୍ଷ ଚାଷଜମି ଜଳମଗ୍ନ ହୋଇଛି ।

ଦେଖନ୍ତୁ ଚିଗାଲ୍ଲୀ ଚେକ ଡ୍ୟାମରେ ଭୂସ୍ଖଳନ ପରେ କର୍ଣ୍ଣାଟକ ବନ୍ୟାର ଏହି କରାଳ ରୂପ-

ଭିଡିଓ ସୌଜନ୍ୟ- ଇଟିଭି ଭାରତ

ଅନ୍ୟପଟେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଦେବଗୌଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ୟା ପରିସ୍ଥିତି ପାଇଁ 5 ହଜାର କୋଟିର ଅନ୍ତରୀଣ ସହାୟତା ମାଗିଛନ୍ତି । ସୋମବାର ଏନେଇ ଦେବଗୌଡା ମୋଦିଙ୍କୁ ଚିଠି ଲେଖିଛନ୍ତି ।

ଫଟୋ ସୌଜନ୍ୟ- ଇଟିଭି ଭାରତ


ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦରପ୍ପା ବନ୍ୟା ବିପନ୍ନଙ୍କୁ 5ଲକ୍ଷ ଟଙ୍କାର ସହାୟତ ରାଶି ଘୋଷଣା କରିଛନ୍ତି । ସର୍ବାଧିକ ପ୍ରଭାବିତ କନ୍ନଡ ଜିଲ୍ଲାରେ 300 ଘର ନଷ୍ଟ ହୋଇଛି ।

ଫଟୋ ସୌଜନ୍ୟ- ଇଟିଭି ଭାରତ

ABOUT THE AUTHOR

...view details