ଓଡିଶା

odisha

ETV Bharat / bharat

500 ଟଙ୍କାରୁ କୋଟିପତି ହେଲେ ମହିଳା - ନୂଆଦିଲ୍ଲୀ

ଦିନେ ଆର୍ଥିକ ଅନଟନରେ ଦିନ କାଟୁଥିବା ହରିୟାଣା ଗୁରୁଗ୍ରାମର ଗୋଟିଏ ଛୋଟିଆ ଗାଁ ଭଜେଡାର କୃଷ୍ଣା ଯାଦବ ଆଜି ନିଜେ ଯୋଗାଉଛନ୍ତି ରୋଜଗାର । 500 ଟଙ୍କାରୁ ବ୍ୟବସାୟ ଆରମ୍ଭ କରି ଆଜି କୋଟିପତି ବନିଛନ୍ତି ।

ଡିଜାଇନ ଫଟୋ

By

Published : Jun 30, 2019, 7:28 PM IST

Updated : Jun 30, 2019, 7:35 PM IST

ନୂଆଦିଲ୍ଲୀ: କୁହାଯାଏ ଇଚ୍ଛା ଥିଲେ ସବୁ ସମ୍ଭବ । ଯାହା ହରିୟାଣାର ଜଣେ ମହିଳାଙ୍କ ପାଖରେ ଦେଖିବାକୁ ମିଳିଛି । 500 ଟଙ୍କାରୁ ଆଚାର ବ୍ୟବସାୟ ଆରମ୍ଭ କରିଥିବା ମହିଳା ଜଣଙ୍କର ଏବେ ଅନେକ ଆଚାର ସୋରୁମ ରହିଛି ।

ଦିନେ ଆର୍ଥିକ ଅନଟନରେ ଦିନ କାଟୁଥିବା ହରିୟାଣା ଗୁରୁଗ୍ରାମର ଗୋଟିଏ ଛୋଟିଆ ଗାଁ ଭଜେଡାର କୃଷ୍ଣା ଯାଦବ ଆଜି ନିଜେ ଯୋଗାଉଛନ୍ତି ରୋଜଗାର । ଉତ୍ତରପ୍ରଦେଶର ଏକ ଚାଷୀ ପରିବାରରେ ଜନ୍ମ ହୋଇଥିବା କୃଷ୍ଣା ପ୍ରଥମେ ଚାଷ କାମରେ ନିଜ ବାପାଙ୍କୁ ସାହାଯ୍ୟ କରୁଥିଲେ । ତେବେ 1995-96 ରେ ତାଙ୍କର ବିବାହ ହୋଇଥିଲା । ବିବାହ ପରେ ସେ ଓ ତାଙ୍କ ସ୍ବାମୀ ହରିୟାଣାର ଏକ ଗାଁରେ ବସବାସ କଲେ । ସେଠାରେ ଆର୍ଥିକ ଅନଟନ ଦେଖାଦେବାରୁ ପତ୍ନୀ ସହ ମିଶି ଛୋଟିଆ ଜମିରେ ଚାଷ କଲେ ।

ତେବେ ଯେଉଁ ଫସଲ ଅମଳ ହେଲା ମଣ୍ଡିରେ ତାର ମୂଲ୍ୟ କମ ଥିଲା । ତେଣୁ ସେ ଅନ୍ୟ କିଛି କରିବାକୁ ଚାହିଁଲେ । ଦିନେ ଏକ ଗଣମାଧ୍ୟମରେ ସେ କୃଷି ଭିତ୍ତିକ ଏକ କାର୍ଯ୍ୟକ୍ରମ ଦେଖିଲେ । ଯେଉଁଥିରେ କୃଷି ଉପରେ ନୂଆ ନୂଆ ଉପାୟ ଶିଖାଯାଉଥିଲା । ଯେଉଁଥିରେ ଅନୁପ୍ରାଣିତ ହୋଇ କୃଷି ବିଭାଗରୁ ସେ ଆଚାର ତିଆରି କରିବା ଶିଖିଲେ । ପରେ ନିଜ ଜମିରେ ଅମଳ ହେଉଥିବା ଫସଲରେ କୃଷ୍ଣା ଆଚାର ତିଆରି କରିବା ଆରମ୍ଭ କଲେ ।

ତେବେ ପ୍ରଥମେ ମାର୍କେଟିଂ କରିବାରେ ସମସ୍ୟା ଦେଖାଦେବାରୁ ନିଜେ ଏହି ବେପାର ଆରମ୍ଭ କଲେ । ପରେ ତାଙ୍କର ଆଚାର ଚାହିଦା ଏଭଳି ହେଲା ସେ ଅନ୍ୟମାନଙ୍କ ଠାରୁ ଫସଲ କିଣି ଆଚାର କରିବା ଆରମ୍ଭ କଲେ । ଧିରେ ଧିରେ ଏହି ବେପାର ବଢିବା ସହ ଆଜି ତାଙ୍କର ଅନେକ ଆଚାର ସୋରୁମ୍‌ ରହିଛି ।

ଏପରି କାର୍ଯ୍ୟଦକ୍ଷତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ମଧ୍ୟ କୃଷ୍ଣା ପୁରସ୍କୃତ ହୋଇଛନ୍ତି ।

Last Updated : Jun 30, 2019, 7:35 PM IST

ABOUT THE AUTHOR

...view details