ଲକ୍ଷ୍ନୌ: ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ମଥୁରାରେ ପ୍ରତିବର୍ଷ ଜନ୍ମାଷ୍ଟମୀ ବେଶ୍ ଧୁମଧାମରେ ପାଳନ କରାଯାଏ । କିନ୍ତୁ କୋରୋନା କଟକଣା ଯୋଗୁଁ ମଥୁରା ସମେତ ଅନେକ ପ୍ରମୁଖ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶରେ ଲାଗିଛି ପ୍ରତିବନ୍ଧକ । ଏପଟେ କଟକଣା ମଧ୍ୟରେ 12ଅଗଷ୍ଟର ମଧ୍ୟରାତ୍ରୀ 12ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ କରାଯିବ । ପ୍ରତିବର୍ଷ ପରି ଚଳିତବର୍ଷ ବି ସମସ୍ତ ମନ୍ଦିରକୁ ଆଲୋକମାଳାରେ ସଜାଯିବ ।
ମନ୍ଦିର ପରିସରର ବିଧି-ବିଧାନ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଭବ୍ୟ ଓ ଦିବ୍ୟତା ସହ ପାଳନ କରାଯିବ । ଶ୍ରୀକୃଷ୍ଣଙ୍କ 5248ତମ ଜନ୍ମୋତ୍ସବ ହର୍ଷଉଲ୍ଲାସ ସହ ମନ୍ଦିରରେ ପାଳନ କରାଯିବ ।
ଜନ୍ମସ୍ଥାନର ଗର୍ଭଗୃହ ସ୍ଥିତ ଭାଗବତ ଭବନରେ ବାଜା ବଜେଇ ଶଙ୍ଖ ନାଦ କରି ପାଳନ କରାଯିବ । 11ଅଗଷ୍ଟ (ଆଜି) ସନ୍ଧ୍ୟା 6.30ରେ ଠାକୁରଙ୍କ ସ୍ବତନ୍ତ୍ର ବସ୍ତ୍ର ଅର୍ପଣ କରାଯିବ । 12 ଅଗଷ୍ଟରେ ସକାଳ 10ଟାରେ ଭାଗବତ ଭବନରେ କାହ୍ନାଙ୍କ ପୁଷ୍ପାଞ୍ଜଳୀ କାର୍ଯ୍ୟକ୍ରମ ରହିଛି । ନଟଖନ ନନ୍ଦଲାଲା ଭକ୍ତମାନଙ୍କୁ ଟିଭି ମାଧ୍ୟମରେ ଦର୍ଶନ ଦେବେ । ରୌପ୍ୟ କମଳରେ ବିରାଜିତ ହୋଇ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ଉର୍ସବ ମହାଭିଷେକ କରାଯିବ ।