ଓଡିଶା

odisha

ETV Bharat / bharat

ମତ୍ସ୍ୟ ମନ୍ତ୍ରାଳୟର ଅଧିକାରୀ କୋରୋନା ଚିହ୍ନଟ ପରେ ସିଲ ହେଲା କୃଷି ଭବନ - corona postive

ମତ୍ସ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରବିବାର ଅଧିକାରୀ ଜଣଙ୍କ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସୋମବାର ନୂଆଦିଲ୍ଲୀ ସ୍ଥିତ କୃଷି ଭବନ ବିଲ୍ଡିଂର ଗୋଟିଏ ଅଂଶକୁ ସିଲ କରାଯାଇଛି ।

Krishi Bhawan building in Delhi sealed after employee of fisheries ministry tests positive
ମତ୍ସ୍ୟ ମନ୍ତ୍ରାଳୟର ଅଧିକାରୀ କୋରୋନା ଚିହ୍ନଟ ପରେ ସିଲ ହେଲା କୃଷି ଭବନ

By

Published : May 18, 2020, 9:26 PM IST

ନୂଆଦିଲ୍ଲୀ: ମତ୍ସ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରବିବାର ଅଧିକାରୀ ଜଣଙ୍କ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସୋମବାର ନୂଆଦିଲ୍ଲୀ ସ୍ଥିତ କୃଷି ଭବନ ବିଲ୍ଡିଂର ଗୋଟିଏ ଅଂଶକୁ ସିଲ କରାଯାଇଛି । ଉକ୍ତ ଅଧିକାରୀ ଜଣଙ୍କ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିଭାଗରେ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରୁଥିଲେ ।

ସରକାରୀ ବୟାନ ଅନୁସାରେ, କୋରୋନା ନିର୍ଦ୍ଦେଶାବଳୀ ଅନୁଯାୟୀ ମେ 19 ଓ 20ରେ କାର୍ଯ୍ୟାଳୟ ପରିସରକୁ ସାନିଟାଇଜ କରାଯିବ । ଏହା ବ୍ୟତୀତ ନିୟମିତ ସାନିଟାଇଜେନସନ ଜାରି ରହିବ । ଆସନ୍ତା ଦୁଇ ଦିନ ପାଇଁ ଅଧିକାରୀମାନଙ୍କୁ ଘରୁ କାମ କରିବାକୁ କୁହାଯାଇଛି । ମେ 21ରେ ପୁଣି କାର୍ଯ୍ୟାଳୟ ଖୋଲିବ ।

ସେହିପରି କୋଭିଡ-19 ସଂକ୍ରମିତ ଅଧିକାରୀଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ହୋମ କ୍ବାରେନଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯିବା ସହ 5 ଦିନ ପରେ ଯାଞ୍ଚ କରିବାକୁ କୁହାଯାଇଛି । ଯଦି ଯାଞ୍ଚ ପରେ ରିପୋର୍ଟ ନେଗେଟିଭ ଆସେ ତେବେ ସେମାନଙ୍କୁ କାର୍ଯ୍ୟାଳୟ ଆସିବାକୁ ଅନୁମତି ମିଳିବ ।

ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଅବଶିଷ୍ଟ କର୍ମଚାରୀମାନଙ୍କୁ ଆସନ୍ତା 21 ତାରିଖରୁ ରୋଟେସେନ କରି ଅଫିସ ଡକାଯିବ । ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ବ୍ୟତୀତ କୃଷି ଭବନରେ କୃଷି, ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତ ରାଜ ସମେତ ଅନ୍ୟାନ୍ୟ ମନ୍ତ୍ରଣାଳୟ ରହିଛି ।

ABOUT THE AUTHOR

...view details