ଓଡିଶା

odisha

ETV Bharat / bharat

କୋଝିକୋଡ ବିମାନ ଦୁର୍ଘଟଣା, 14 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର - 14 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର

କୋଝିକୋଡ ବିମାନ ଦୁର୍ଘଟଣାରେ 14 ଆହତଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ମାଲାପୁରାମ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା ମାଲାପୁରାମ ଏବଂ କୋଝିକୋଡର ବିଭିନ୍ନ ଡାକ୍ତରଖାନାରୁ 49 ଜଣଙ୍କୁ ଡିସଚାର୍ଜ କରାଯାଇଥିବାବେଳେ ଅନ୍ୟାନ୍ୟ 109 ଜଣ ଯାତ୍ରୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

କୋଝିକୋଡ ବିମାନ ଦୁର୍ଘଟଣା
କୋଝିକୋଡ ବିମାନ ଦୁର୍ଘଟଣା

By

Published : Aug 10, 2020, 8:54 AM IST

ମାଲାପୁରମ: କରିପୁର ବିମାନବନ୍ଦରରେ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆର 14 ଜଣ ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । ଏନେଇ ମାଲାପୁରମ ଜିଲ୍ଲାପାଳ କେ.କୃଷ୍ଣଗୋଳକ୍ରିଷ୍ଣନ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ 2 ପାଇଲଟଙ୍କ ସମେତ 18 ଜଣଙ୍କ ମୃତ୍ୟୁ ହୋଇଛି । ଆଇଏକ୍ସ-1344 ବିମାନ ଦୁବାଇରୁ 190 ଯାତ୍ରୀଙ୍କୁ ନେଇ କାଲିକଟ ଆସୁଥିଲା । ଲ୍ୟାଣ୍ଡିଂ ପୂର୍ବରୁ ବର୍ଷା ପ୍ଲାବିତ ରନୱେରେ ଖସିଯାଇଥିଲା । ଫଳରେ ବିମାନଟି 35 ଫୁଟ ତଳକୁ ପଡି 2 ଖଣ୍ଡ ହୋଇଯାଇଥିଲା ।

ବର୍ତ୍ତମାନ ସୁଦ୍ଧା 49 ଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । 109 ଜଣ ଯାତ୍ରୀ ମଲାପୁରମ ଓ କୋଝିକୋଡର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତଥାପି 14ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ବିମାନ ଦୁର୍ଘଟଣାରେ ପାଇଲଟ ଏବଂ ସହ-ପାଇଲଟଙ୍କ ସମେତ 18 ମୃତକଙ୍କ ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଏୟାର ଏକ୍ସପ୍ରେସ ପକ୍ଷରୁ କୁହାଯାଇଛି ।

ରବିବାର ଦିନ ସହ-ପାଇଲଟ୍ ଅଖିଳେଶ କୁମାରଙ୍କ ମୃତଦେହକୁ ପରିବାରର ସମସ୍ତ ସଦସ୍ୟ ତଥା ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ଅଧିକାରୀମାନେ ତାଙ୍କର ହୋମ ଟାଉନ ମଥୁରାରେ ଶବଦାହ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details