ଓଡିଶା

odisha

ETV Bharat / bharat

ବିର୍ସା ମୁଣ୍ଡାଙ୍କ 144 ତମ ଜନ୍ମ ଜୟନ୍ତୀ, ଶୁଭେଚ୍ଛା ଜଣାଇଲେ ରାଷ୍ଟପତି ଏବଂ ପ୍ରଧାନମନ୍ତ୍ରୀ - ଝାଡଖଣ୍ଡ ରାଜ୍ୟର 19 ତମ ପ୍ରତିଷ୍ଠା ଦିବସ

ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ 144 ତମ ଜନ୍ମ ଜୟନ୍ତୀ। ଏହାସହ ଝାଡଖଣ୍ଡ ରାଜ୍ୟର 19 ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଅଧିକ ଖବର ପଢନ୍ତୁ...

ଭଗବାନ ବିର୍ସା ମୁଣ୍ଡାଙ୍କ 144 ତମ ଜନ୍ମ ଜୟନ୍ତୀ, ଶୁଭେଚ୍ଛା ଜଣାଇଲେ ରାଷ୍ଟପତି

By

Published : Nov 15, 2019, 12:36 PM IST

ନୂଆଦିଲ୍ଲୀ:ଆଜି ହେଉଛି ସହିଦ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ 144 ତମ ଜନ୍ମ ଜୟନ୍ତୀ। ୨୫ ବର୍ଷ ବୟସରେ ଭାରତର ସ୍ବାଧୀନତା ସଂଗ୍ରାମର ଇତିହାସରେ ଏକ ନୂତନ ଫର୍ଦ୍ଦ ଯୋଡିଥିବା ଏହି ଉଦୀୟମାନ ଯୁବକ ସମସ୍ତଙ୍କ ପାଇଁ ଏକ ଉଦାହରଣ। ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ସହ ରାଜ୍ୟର 19 ତମ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଝାଡଖଣ୍ଡର ଅଧିବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

''ଜୁହାର ଝାଡଖଣ୍ଡ! ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ଝାଡଖଣ୍ଡ ରାଜ୍ୟ ପ୍ରାକୃତିକ ସମ୍ପଦ ଓ ପରମ୍ପରାରେ ଭରପୂର। ଯାହା ପାଇଁ ଦେଶ ସହ ସମସ୍ତେ ଗର୍ବ ଅନୁଭବ କରନ୍ତି। ଆଶା କରୁଛି ଆଗାମୀ ଦିନରେ ଏହି ରାଜ୍ୟ ଉନ୍ନତିର ଶିଖର ଛୁଇଁବ ", ବୋଲି ହିନ୍ଦୀରେ ଟ୍ବିଟ କରି ଜଣାଇଛନ୍ତି ରାଷ୍ଟ୍ରପତି।

''ଏଠାକାର ଲୋକେ ସର୍ବଦା ପ୍ରାକୃତିକ ପରିବେଶରେ ବସବାସ କରିବା ସହ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଉଛନ୍ତି। ଏହା ଏକ ବୀର ଭୂମି କହିଲେ ଅତ୍ୟୁକ୍ତି ହେବ ନାହିଁ '', ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଅବସରରେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି କଂଗ୍ରେସ ଅଧକ୍ଷା ପ୍ରିୟଙ୍କା ଗାନ୍ଧୀ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଅବସରରେ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି।

1857 ମସିହା ଆଜିର ଦିନରେ ଝାଡଖଣ୍ଡର ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ ଉଲିହାତୁ ଗ୍ରାମରେ ଆଦିବାସୀ ନେତା ତଥା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ହୋଇଥିଲା। 1895 ମସିହାରେ ଏପରି କିଛି ଅଲୌକିକ ଘଟଣା ଘଟିଲା ଯାହାଫଳରେ ବିର୍ସାଙ୍କୁ ଭଗବାନଙ୍କ ଅବତାର ବୋଲି ମାନିନେଲେ। ବିର୍ସାଙ୍କ ପାଦ ସ୍ପର୍ଶରେ ରୋଗ ଭଲ ହୋଇଯାଉଥିଲା ବୋଲି ବିହାର,ଓଡିଶା,ଝାଡଖଣ୍ଡ,ଛତିଶଡର ଆଦିବାସୀ ବିର୍ସାଙ୍କୁ ଭଗବାନ ବୋଲି ସ୍ମରଣ କରନ୍ତି।

ABOUT THE AUTHOR

...view details