ଓଡିଶା

odisha

କୋରୋନା ସହାୟତା: 50 କୋଟି ଦେଲା କୋଟାକ ମହିନ୍ଦ୍ରା ବ୍ୟାଙ୍କ

By

Published : Mar 29, 2020, 6:27 PM IST

କୋଟାକ ମହିନ୍ଦ୍ରା ବ୍ୟାଙ୍କ ଓ ପରିଚାଳନା ନିର୍ଦ୍ଦେଶକ ଉଦୟ କୋଟାକଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ 50 କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

Kotak Mahindra Bank & Managing Director Uday Kotak personally, commit immediate support of Rs 50 crore to PMCARES fund
କୋରୋନା ମୁକାବିଲା: କୋଟାକ ମହିନ୍ଦ୍ରା ବ୍ୟାଙ୍କର 50 କୋଟି ସହାୟତା

ନୂଆଦିଲ୍ଲୀ: କୋଟାକ ମହିନ୍ଦ୍ରା ବ୍ୟାଙ୍କ ଓ ପରିଚାଳନା ନିର୍ଦ୍ଦେଶକ ଉଦୟ କୋଟାକଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ 50 କୋଟି ଟଙ୍କା ପ୍ରଦାନ କରାଯାଇଛି । କୋଟାକ ମହିନ୍ଦ୍ରା ବ୍ୟାଙ୍କ ପକ୍ଷରୁ 25 କୋଟି ଓ ଏମଡି ଉଦୟ କୋଟାକଙ୍କ ପକ୍ଷରୁ 25 କୋଟି ପ୍ରଦାନ କରାଯାଇଥିବା ନେଇ ବ୍ୟାଙ୍କ ପ୍ରକାଶ କରିଛି ।

କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଘୋଷଣା କରିଛନ୍ତି । ଏଥିରେ ସହାୟତା ପ୍ରଦାନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଦେଶର ବହୁ ରାଜନେତା, ଅଭିନେତା, ଶିଳ୍ପପତି ଓ ସାଧାରଣ ଜନତା ଏହି ପାଣ୍ଠିକୁ ସହାୟତା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି ।

ବର୍ତ୍ତମାନ ସୁଦ୍ଧା ଭାରତରେ 979 କୋରୋନା ପଜିଟିଭ ରହିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିପରି କୋରୋନାରେ 25 ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରଣାଳୟ ଉଲ୍ଲେଖ କରିଛି । ଏହା ସହ ଗତ 24 ଘଣ୍ଟା ମଧ୍ୟରେ 106ଟି ନୂଆ ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ 6 ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ।

@ANI

ABOUT THE AUTHOR

...view details