କୋଲକାତା: ବର୍ତ୍ତମାନ ଅନଲାଇନ ସପିଂ ସାଇଟରେ ଦେଖାଯାଉଛି ଗଡବଡ । ଅର୍ଡର ଜିନିଷ ପରିବର୍ତ୍ତେ ଅନ୍ୟ ଡେଲିଭେରୀ ପାଉଛନ୍ତି ଗ୍ରାହକ । ଠିକ ଏହି ସମସ୍ୟାରେ ସାମନା କରିଛନ୍ତି କୋଲକାତାର ସୂତାର ଦାସ । ଅନଲାଇନ ସପିଂ ସାଇଟ ଆମାଜନରୁ ଅର୍ଡର କରିଥିବା କମ୍ୟୁନିଷ୍ଟ ମନିଫେଷ୍ଟୋ ବଦଳରେ ଭଗବଦ୍ ଗୀତାର ସଂକ୍ଷିପ୍ତ ସଂସ୍କରଣ ଆସିଛି । ଅଫିସରୁ ଫେରି ଏହା ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଅର୍ଡର କରିଥିଲେ କମ୍ୟୁନିଷ୍ଟ ମାନିଫେଷ୍ଟୋ, ଆସିଲା ଭାଗବତ ଗୀତା - amazon shopping
କମ୍ୟୁନିଷ୍ଟ ମାନିଫେଷ୍ଟୋ ବଦଳେ ଭାଗବତ ଗୀତା ପାଇଲେ ଗ୍ରାହକ । କୋଲକାତାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...
![ଅର୍ଡର କରିଥିଲେ କମ୍ୟୁନିଷ୍ଟ ମାନିଫେଷ୍ଟୋ, ଆସିଲା ଭାଗବତ ଗୀତା Kolkata man orders Communist Manifesto. Amazon delivers Bhagavad Gita](https://etvbharatimages.akamaized.net/etvbharat/prod-images/768-512-7613207-641-7613207-1592132083104.jpg)
ସୂତାର ଦାସ ବୁଧବାର କମ୍ୟୁନିଷ୍ଟ ମନିଫେଷ୍ଟୋ ଅର୍ଡର କରିଥିଲେ । ସେ ଶୀଘ୍ର ଆମାଜନରୁ ଡେଲିଭେରୀ ବୁକିଂ ମଧ୍ୟ କନଫର୍ମ ହୋଇଥିଲା । ଶନିବାର ଦିନ, ସେ ରାତି ପ୍ରାୟ 11 ଟା ସମୟରେ ଜଣେ ମହିଳାଙ୍କଠାରୁ ଏକ କଲ ପାଇଥିଲେ ଯାହା ତାଙ୍କୁ ଭୁଲ ପୁସ୍ତକ ବୋଲି କହି ପ୍ୟାକେଜକୁ ନରଖିବା ପାଇଁ କହିଥିଲେ। ସେହି ସମୟରେ ସୂତାର ଅଫିସରେ ଥିଲେ ତେଣୁ ସେ ଏହି ଅର୍ଡର କ୍ୟାନସେଲ କରିପାରିନଥିଲେ।
ଅଫିସରୁ ଫେରି ଯେତେବେଳେ ସେ ପ୍ୟାକେଟ ଖୋଲି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବୁକିଂର ଇନଭଏସରେ କମ୍ୟୁନିଷ୍ଟ ମନିଫେଷ୍ଟୋ ବିଷୟରେ ଉଲ୍ଲେଖ କରାଯାଇଥିଲା । କିନ୍ତୁ ଏଥିରେ ଗୀତାର ସଂକ୍ଷିପ୍ତ ସଂସ୍କରଣର କପି ରହିଥିଲା ।
TAGGED:
amazon shopping