ଓଡିଶା

odisha

ଲକଡାଉନ କୋହଳ ନେଇ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

By

Published : Jun 7, 2020, 5:09 PM IST

ବିନା ଆବଶ୍ୟକ ପଦକ୍ଷେପରେ ଲକଡାଉନ କୋହଳ କରିବା ନେଇ କୋଲକାତା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଉଭୟ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କୁ ଅଲଗା ଅଲଗା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Kolkata highcourt seek reports from centre and west bengal govt
ଲକଡାଉନ କୋହଳ ନେଇ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

କୋଲକାତା: କୋରୋନା ବିରୋଧରେ ଏବେ ବି ଲଢେଇ ଜାରି ରହିଛି । ଏମିତିରେ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବିନା ଆବଶ୍ୟକ ପଦକ୍ଷେପରେ ଲକଡାଉନ କୋହଳ କରିଥିବା ଅଭିଯୋଗ ଲାଗିଛି । ଯାହାକୁ ନେଇ କୋଲକାତା ହାଇକୋର୍ଟ ଉଭୟ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କୁ ଅଲଗା ଅଲଗା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଚିପ ଜଷ୍ଟିସ ଟିବିଏନ୍ ରାଧାକ୍ରିଷ୍ଣନ୍ ଏବଂ ଜଷ୍ଟିସ୍ ଅରିଜିତ ବାନାର୍ଜୀ ଶୁକ୍ରବାର ଦିନ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କୁ ଜୁନ 11 ସୁଦ୍ଧା ଏହି ଅଭିଯୋଗର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଧ୍ୟ ସେହିଦିନ ଅନୁଷ୍ଠିତ ହେବ ।

ଆଇନଜୀବି ଅନିନ୍ଦୟ ସୁନ୍ଦର ଦାସଙ୍କ ପକ୍ଷରୁ ରୁଜୁ ହୋଇଥିବା ଏହି ଜନସ୍ୱାର୍ଥ ମାମଲାରେ କୁହାଯାଇଛି ଯେ, ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ରଖିବା ପାଇଁ ପ୍ରସ୍ତୁତ କ୍ବାରେନଣ୍ଟାଇନ ସେଣ୍ଟରରେ ସଠିକ୍ ଭାବେ ତଦାରଖ କରାଯାଉନାହିଁ । ସେହିପରି ରାଜ୍ୟକୁ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିର୍ଦ୍ଧାରିତ ସମୟ ଅବଧି ପର୍ଯ୍ୟନ୍ତ ଅଲଗା ଘରେ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କୋର୍ଟରେ ଆବେଦନ କରିଛନ୍ତି ।

ଏହାପୂର୍ବରୁ କୋଲକାତା ହାଇକୋର୍ଟ ଶୁକ୍ରବାର ଦିନ ରାଜ୍ୟରେ କୋଭିଡ -19 ସଂକ୍ରମଣ ହେତୁ ମୃତ୍ୟୁବରଣ କରୁଥିବା ମୃତଦେହକୁ ସମ୍ମାନ ଦେଇ ଶବଦାହ କରୁନଥିବା ଅଭିଯୁକ୍ତଙ୍କ ବିରୋଧରେ ରିପୋର୍ଟ ଦାଖଲ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଚିଫ୍ ଜଷ୍ଟିସ ଟିବିଏନ ରାଧାକ୍ରିଷ୍ଣନ୍ ଏବଂ ଜଷ୍ଟିସ୍ ଅରିଜିତ ବାନାର୍ଜୀଙ୍କ ଖଣ୍ଡପୀଠଙ୍କ ନିକଟରେ ଏନେଇ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ସମୟରେ ଆବେଦନକାରୀ ଅଭିଯୋଗ କରିଥିଲେ ଯେ, କୋରୋନା ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇନଥିଲା ଏବଂ ଶେଷ କାର୍ଯ୍ୟ ମଧ୍ୟ ସମ୍ମାନଜନକ ଢଙ୍ଗରେ ହୋଇନଥିଲା ।

ସେହିପରି ପଶ୍ଚିମବଙ୍ଗ ସରକାର କୋରୋନା ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟାକୁ କମ କରି କହୁଥିବା ନେଇ ଆବେଦନକାରୀ ବିନୀତ ରାୟ ଅଭିଯୋଗ କରିଥିଲେ । ଆବେଦନକାରୀଙ୍କ ଏହି ଅଭିଯୋଗର ଜବାବ ଦେବାକୁ ଏବଂ ଏହାର ଏକ ରିପୋର୍ଟ ଦାଖଲ କରିବା ପାଇଁ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ।

ABOUT THE AUTHOR

...view details