ଓଡିଶା

odisha

ETV Bharat / bharat

ପ୍ରେମିକାକୁ ହତ୍ୟା କରିବା ପାଇଁ ଇଣ୍ଟରନେଟ ଦେଖି ବନ୍ଧୁକ ତିଆରି କଲା ପ୍ରେମିକ - ammunition watching internet videos

ବ୍ରେକ ଅପ୍ ପରେ ପ୍ରେମିକାକୁ ନିଜେ ତିଆରି କରିଥିବା ବନ୍ଧୁକରେ ଗୁଳି କରି ହତ୍ୟା କଲା ପ୍ରେମିକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ କୋଲକାତାରେ । ଅଧିକ ପଢନ୍ତୁ...

ପ୍ରେମିକାକୁ ହତ୍ୟା କରିବା ପାଇଁ ଇଣ୍ଟରନେଟ ଦେଖି ତିଆରି କଲା ବନ୍ଧୁକ
ପ୍ରେମିକାକୁ ହତ୍ୟା କରିବା ପାଇଁ ଇଣ୍ଟରନେଟ ଦେଖି ତିଆରି କଲା ବନ୍ଧୁକ

By

Published : Jun 21, 2020, 7:13 PM IST

କୋଲକାତା: ବ୍ରେକ ଅପ୍ ପରେ ପ୍ରେମିକାକୁ ନିଜେ ତିଆରି କରିଥିବା ବନ୍ଧୁକରେ ଗୁଳି କରି ହତ୍ୟା କଲା ପ୍ରେମିକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ କୋଲକାତାରେ । ଶନିବାର ସକାଳେ ଦକ୍ଷିଣ କୋଲକାତାରେ ଅଲଗା ହୋଇଯାଇଥିବା ପ୍ରେମିକାଙ୍କୁ ହତ୍ୟା କଲା 26 ବର୍ଷୀୟ ଡ୍ରାଇଭର ପ୍ରେମିକ । କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ପ୍ରେମିକାକୁ ମାରିବା ପାଇଁ ସେ ଇଣ୍ଟରନେଟ ଦେଖି ବନ୍ଧୁକ ଆଉ ଗୁଳି ପ୍ରସ୍ତୁତ କରିଥିଲା ।

ରାକେଶ ହାଲଦାର ଛଦ୍ମନାମ ଜୟନ୍ତା ଗୁଳି ପାଇଁ ଏକ ଭାରୀ ଷ୍ଟିଲ୍ ବଲ୍ ଏବଂ ବିସ୍ଫୋରକ ପଦାର୍ଥରୁ ପାଉଡର ଆଣି ତାକୁ ଇନ୍ଧନ ଭାବରେ ବ୍ୟବହାର କରିଥିଲା । ହତ୍ୟା ପୂର୍ବରୁ ହାଲଦାରଙ୍କ କୌଣସି ଅପରାଧିକ ରେକର୍ଡ ନଥିଲା ଏବଂ ସେ ଟ୍ୟାକ୍ସି ଚଳାଇ ରୋଜଗାର କରୁଥିଲା । ପିସ୍ତଲ ଏବଂ ଗୁଳି ତିଆରି କରିବା ପାଇଁ ଅଭିଯୁକ୍ତ ଇଣ୍ଟରନେଟରେ ଭିଡିଓ ଦେଖୁଥିଲେ ବୋଲି ଯୁଗ୍ଣ କମିଶନର ମୁର୍ଲି ଧର୍ମ ଶର୍ମା କହିଛନ୍ତି।

ହାଲଦାର ରିଜେଣ୍ଟ ପାର୍କ ଅଞ୍ଚଳର ଆନନ୍ଦପାଲି ପଶ୍ଚିମସ୍ଥିତ ତାଙ୍କ ବାସଭବନରେ 20 ବର୍ଷୀୟ ପ୍ରେମିକା ପ୍ରିୟଙ୍କା ପୁରକେତଙ୍କୁ ହତ୍ୟା କରିଥିଲେ । ପ୍ରିୟଙ୍କା ଶୋଇଥିବା ଅବସ୍ଥାରେ ହାଲଦାର ତାଙ୍କୁ ଗୁଳିକରି ହତ୍ୟା କରିଥିଲେ । ତେବେ ପ୍ରିୟଙ୍କାଙ୍କୁ ସ୍ଥାନୀୟ ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରିୟଙ୍କାଙ୍କ ସମ୍ପର୍କୀୟ ପୋଲିସକୁ କହିଛନ୍ତି ଯେ, ହାଲଦାର ତାଙ୍କୁ ପ୍ରାୟ ଏକ ମାସ ପୂର୍ବରୁ ହତ୍ୟା କରିବାକୁ ଧମକ ଦେଇଥିଲେ କିନ୍ତୁ ସେମାନେ ଭାବି ନଥିଲେ ଯେ ସେ ତାଙ୍କୁ ହତ୍ୟା କରିପାରିବେ ।

ABOUT THE AUTHOR

...view details