କୋଚି: ନାଗରିକତା ସଂଶୋଧନ ଆଇନକୁ ବିରୋଧ କିରବା ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ମହଙ୍ଗା ପଡିଛି । ନରଓ୍ବେରେ ରହୁଥିବା ଜେନ ମେଟ ଜନସନଙ୍କୁ ଦେଶ ଛାଡିବା ପାଇଁ ଆଦେଶ ଦିଆଯାଇଛି । ଜନସନ କୋଚିରେ ସିଏଏକୁ ବିରୋଧ କରି ବାହାର କରାଯାଇଥିବା ରାଲିରେ ସାମିଲ ହୋଇଥିଲେ । ଏଫଆରଆରଓ ଏହା ସ୍ପଷ୍ଟ କରିବା ସହ ଜନସନ ଭିସା ନିୟମର ଉଲଙ୍ଘନ କରିଥିବା ସୂଚନା ଦେଇଛି । ଏହା ପୂର୍ବରୁ ଏହି ପ୍ରଦର୍ଶନରେ ସାମିଲ ଜର୍ମାନୀ ଛାତ୍ରଙ୍କୁ ମଧ୍ୟ ନିର୍ବାସିତ କରାଯାଇସାରିଛି ।
CAA ପ୍ରଦର୍ଶନରେ ସାମିଲ ବିଦେଶୀ ମହିଳାଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ - frro office
ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ରାଲିରେ ସାମିଲ ହୋଇଥିବା ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ଭାରତ ଛାଡିବାକୁ ଆଦେଶ । କୋଚିରେ ସିଏଏକୁ ବିରୋଧ କରି ବାହାର କରାଯାଇଥିବା ରାଲିରେ ସାମିଲ ହୋଇଥିଲେ ଏହି ବିଦେଶୀ ମହିଳା ।
![CAA ପ୍ରଦର୍ଶନରେ ସାମିଲ ବିଦେଶୀ ମହିଳାଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ norway-tourist](https://etvbharatimages.akamaized.net/etvbharat/prod-images/768-512-5505881-thumbnail-3x2-kochi.jpg)
CAA ପ୍ରଦର୍ଶନରେ ସାମିଲ ବିଦେଶୀ ମହିଳାଙ୍କୁ ଭାରତ ଛାଡିବାକୁ ଆଦେଶ
ସିଏଏକୁ ନେଇ ସାରା ଦେଶରେ ହିଂସା ପ୍ରଦର୍ଶନ ହୋଇଛି । ଏହି ହିଂସାରେ ପଡୋଶୀ ପାକିସ୍ତାର ଗୁଇନ୍ଦା ସଂସ୍ଥା ଆଇଏସଆଇର ଲିଙ୍କ ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ଅନ୍ୟପକ୍ଷେ ହିଂସା ପଛରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ହାତ ଥିବା ଜଣା ପଡିଛି । ଏପରି ସ୍ଥିତିରେ ବିଦେଶୀ ପର୍ଯ୍ୟଟକ ସିଏଏକୁ ବିରୋଧ କରି ପ୍ରଦର୍ଶନରେ ସାମିଲ ହେବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।