ଓଡିଶା

odisha

ETV Bharat / bharat

ଆଇରନ କେଉଁ ବୟସର ଲୋକଙ୍କ ପାଇଁ କେତେ ଆବଶ୍ୟକ ? - helalth tips

ଶରୀରରେ ଆଇରନର ମାତ୍ରା କମିଗଲେ ବିଭିନ୍ନ ପ୍ରକାର ରୋଗ ମାଡି ବସେ । ଏହାର ଅଭାବରେ ଅତ୍ୟଧିକ ଥକ୍କା ଲାଗିବା ଆରମ୍ଭ ହୋଇଯାଇଥିାଏ । ତେଣୁ ଖାଦ୍ୟରେ ସବୁବେଳେ ସବୁଜ ପରିବା, ଶାଗ, ମାଂସ, କ୍ଷୀର ଅଣ୍ଡା ଆଦି ଖାଇବା ନିହାତି ଆବଶ୍ୟକ । ଅଧିକ ପଢନ୍ତୁ...

ଆଇରନ: ଶରୀର ପାଇଁ କେତେ ଜରିରୀ ? କେଉଁ ବୟସର ଲୋକଙ୍କ ପାଇଁ କେତେ ଆବଶ୍ୟକ
ଆଇରନ: ଶରୀର ପାଇଁ କେତେ ଜରିରୀ ? କେଉଁ ବୟସର ଲୋକଙ୍କ ପାଇଁ କେତେ ଆବଶ୍ୟକ

By

Published : Jun 4, 2020, 5:20 PM IST

ହାଇଦ୍ରାବାଦ: ଶରୀରକୁ ଠିକସେ ସଂଚାଳନ କରିବା ପାଇଁ ଆଇରନ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଏହାର ଅଭାବରେ ରକ୍ତହୀନତା ନାମକ ରୋଗ ସୃଷ୍ଟି ହୋଇଥାଏ । ହେମୋଗ୍ଲୋବିନ ପାଇଁ ଲୌହ ବା ଆଇରନର ଗୁରୁତ୍ୱ ବେଶ ଅଧିକ । ଶରୀରରେ ଆଇରନ ପରିମାଣର ହ୍ରାସ ହେତୁ ଅମ୍ଳଜାନ ସପ୍ଲାଇରେ ପ୍ରଭାବିତ ହୋଇଥାଏ । ଆଇରନ ରୋଗ ପ୍ରତିରୋଧକ ଶକ୍ତି, ସଠିକ କୋଷ ପରିଚାଳନା ଏବଂ ମାଂସପେଶୀକୁ ଦୃଢ କରିବା ଭଳି କାର୍ଯ୍ୟ କରେ ।

ଆଇରନ: ଶରୀର ପାଇଁ କେତେ ଜରିରୀ ? କେଉଁ ବୟସର ଲୋକଙ୍କ ପାଇଁ କେତେ ଆବଶ୍ୟକ

ବିଶେଷଜ୍ଞଙ୍କ ଅନୁଯାୟୀ ଆଇରନର ଅଭାବ ହେତୁ ଶରୀରରେ ଥକ୍କା ଅନୁଭବ ହୋଇଥାଏ । ଖାଦ୍ୟ ପଦାର୍ଥରେ ଆଇରନ ଅଲଗା ଅଲଗା ବୟସର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ପରିମାଣର ଆବଶ୍ୟକ କରେ । ବୟସ ବଢିବା ସହିତ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ଆଇରନର ପରିମାଣ ଅଧିକ ଆବଶ୍ୟକ ହୋଇଥାଏ । ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ସଂସ୍ଥାନ ପ୍ରତିଦିନ ଶିଶୁ ଏବଂ ବୟସ୍କଙ୍କ ପାଇଁ ଆଇରନ ପରିମାଣକୁ ବୃଦ୍ଧି କରିବାକୁ ସୁପାରିଶ କରିଥାଏ ।

6 ମାସର ଶିଶୁମାନେ 2.27 ମିଗ୍ରା ଆଇରନର ଆବଶ୍ୟକ କରନ୍ତି

1ରୁ 3 ବର୍ଷର ପିଲାମାନେ 7 ମିଗ୍ରା ଆଇରନ ଆବଶ୍ୟକ କରନ୍ତି

4 ରୁ 8 ବର୍ଷ ବୟସର ପିଲାମାନଙ୍କୁ 10 ମିଗ୍ରା ଆଇରନ ଦରକାର ହୋଇଥାଏ ।

ପୁରୁଷ ବର୍ଗରେ 9 ରୁ 13 ବର୍ଷ ବୟସର ପିଲାମାନେ 8 ମିଗ୍ରା ଆଇରନ ଆବଶ୍ୟକ କରନ୍ତି

14 ରୁ 18 ବର୍ଷ ବୟସର ବାଳକମାନଙ୍କୁ 11 ମିଗ୍ରା ଆଇରନ ଦରକାର ହୋଇଥାଏ

19 ବର୍ଷ କିମ୍ବା ତାଠୁ ଅଧିକ ବର୍ଷର ବାଳକମାନଙ୍କ ପାଇଁ 8 ମିଗ୍ରା ଆଇରନର ଆବଶ୍ୟକ ରହିଥାଏ

ମହିଳା ବର୍ଗରେ 9 ରୁ 13 ବର୍ଷ ବୟସର ଝିଅ ମାନଙ୍କ ପାଇଁ 8 ମିଗ୍ରା ଆଇରନ ଆବଶ୍ୟକ

ହୋଇଥାଏ ।

14 ରୁ 18 ବର୍ଷର ବାଳିକାମାନଙ୍କ ପାଇଁ ଏହି ପରିମାଣ 15 ମିଗ୍ରା ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ ।

19ରୁ 50 ବର୍ଷ ବୟସ୍କ ମହିଳାଙ୍କ ପାଇଁ 18 ମିଗ୍ରା ଆଇରନ ଦରକାର ହୋଇଥାଏ ।

ସେହିପିରି ଗର୍ଭାବସ୍ଥାରେ ଶରୀର ପାଇଁ 27 ମିଗ୍ରା ଆଇରନର ଆବଶ୍ୟକ ପଡିଥାଏ ।

ଖାଦ୍ୟ

ତେବେ ଶରୀରରେ ଆଇରନର ମାତ୍ରା ବୃଦ୍ଧି କରିବାକୁ ହେଲେ ଆପଣଙ୍କୁ ସବୁଜ ପନିପରିବା ଯେପରି ପାଳଙ୍ଗ ସାଗ, ଗ୍ରୀନ ମଟର, ବ୍ରୋକୋଲି ଆଦି ଖାଇବାକୁ ପଡିବ । ସେହିପରି ଚେକେନ, ଅଣ୍ଡାର କେସର, ଚିଙ୍ଗୁଡି ମାଛ, ଚୋପା ଲଗା ଆଳୁ, ତରଭୂଜ, ଶୁଖିଲା ଆପ୍ରିକଟ ଓ ଦୁଗ୍ଧ ଆଦି ଖାଇବା ନିତ୍ୟାନ୍ତ ଆବଶ୍ୟକ ।

ABOUT THE AUTHOR

...view details