ଓଡିଶା

odisha

By

Published : Sep 16, 2019, 4:26 PM IST

ETV Bharat / bharat

ଜାଣନ୍ତୁ ପିଣ୍ଡଦାନ, ପିଣ୍ଡବେଦୀ ସମ୍ପର୍କରେ...

ପିଣ୍ଡର ଅର୍ଥ ଶରୀର । ଏହା ପାରମ୍ପରିକ ବିଶ୍ବାସ ରହିଥିଲେ ମଧ୍ୟ ଏହାକୁ ବିଜ୍ଞାନ ମଧ୍ୟ ସ୍ବୀକାର କରିଛି । ତେବେ ମଣିଷ ଶରୀରରେ ଉଭୟ ମାତୃକୂଳ ଓ ପିତୃକୂଳର ଗୁଣ ରହିଥାଏ ବୋଲି ବିଜ୍ଞାନ ମଧ୍ୟ କହିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପାଟନା: ସଂସ୍କୃତି, ପରମ୍ପରାର ବାହକ ତଥା ମୋକ୍ଷପ୍ରାପ୍ତିର ସହର ଭାବେ ଗୟା ବେଶ ପରିଚିତ । ଗୟା ସମ୍ପର୍କରେ ପ୍ରାଚୀନ ଗ୍ରନ୍ଥ, କାତ୍ୟାୟନ ସ୍ମୃତି, ବୃହସ୍ପତି ସ୍ମୃତି, ମହାଭାରତ, ବାଲ୍ମିକୀ ରାମାୟଣ, ବରାହ ପୁରାଣ, ଅଗ୍ନି ପୁରାଣ, ଗରୁଡ଼ ପୁରାଣ ଏବଂ ବାୟୁ ପୁରାଣରେ ବର୍ଣ୍ଣନା କରାଯାଇଛି । ଗୟାକୁ ମନ୍ଦିରର ସହର କୁହାଯାଇଥାଏ । ଗୟାରେ ଥିବା ଅଧିକାଂଶ ମନ୍ଦିର ଗୁଡ଼ିକରେ ପିଣ୍ଡଦାନ କରାଯାଇଥାଏ ।

ଜାଣନ୍ତୁ ପିଣ୍ଡଦାନ, ପିଣ୍ଡବେଦୀ ସମ୍ପର୍କରେ

ପୂର୍ବପୁରୁଷଙ୍କୁ ମୋକ୍ଷ ଦେବା ପାଇଁ ଏଠାରେ ପିଣ୍ଡଦାନ କରାଯାଇଥାଏ । ଏଠାରେ ମୋଟ 48ଟି ପିଣ୍ଡଦାନ ପିଣ୍ଡି ରହିଛି । ତେବେ ଏଠାରେ ପ୍ରତିଟି ପିଣ୍ଡର ସ୍ବତନ୍ତ୍ର ମହତ୍ତ୍ବ ରହିଛି । ତେବେ ଏହି ବେଦୀ ମଧ୍ୟରେ ବିଷ୍ଣୁପଦ ବେଦୀ ମୁଖ୍ୟ ବେଦୀ । ତେବେ ଏହାର ଅବସ୍ଥିତି ତ୍ରିପ୍ରଧାନ ବେଦୀର ଠିକ ମଧ୍ୟରେ ଭାଗରେ ରହିଛି । ସେହିଭଳି ଅନ୍ୟ ଦୁଇ ବେଦୀ ଫଲ୍ଗୁ ଓ ଅକ୍ଷୟ ବଟରେ ରହିଛି ।

ମୃତକଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ପଦାର୍ଥକୁ ପିଣ୍ଡ କୁହାଯାଇଥାଏ । ଏହି ପିଣ୍ଡ ଓଦା ଚାଉଳ, କ୍ଷୀର ଓ ତେଲକୁ ନେଇ ପ୍ରସ୍ତୁତ କରାଯାଇଥାଏ ପିଣ୍ଡ । ଏହାକୁ ସାପିଣ୍ଡିକରଣ ମଧ୍ୟ କୁହାଯାଇଥାଏ । ପିଣ୍ଡର ଅର୍ଥ ଶରୀର ବୋଲି ବିଶ୍ବାସ ରହିଆସିଛି । ଏହା ଏକ ପାରମ୍ପରିକ ବିଶ୍ବାସ ହୋଇଥିଲେ ମଧ୍ୟ ବିଜ୍ଞାନ ଅନୁଯାୟୀ ପ୍ରତ୍ୟେକ ପିଢିରେ ମାତୃକୂଳ ଓ ପିତୃକୁଳଙ୍କ ଗୁଣସୂତ୍ର ସେମାନଙ୍କ ମଧ୍ୟରେ ରହିଥାଏ ।

ପିଣ୍ଡଦେବାକୁ ଆସିଥିବା ଶ୍ରଦ୍ଧାଳୁମାନେ ଗୋଲାକାର ପିଣ୍ଡ ପ୍ରସ୍ତୁତ କରି ପୂର୍ବପୁରୁଷଙ୍କୁ ଅର୍ପଣ କରିଥାନ୍ତି । ଏନେଇ ପଣ୍ଡିତ ରମାଚାର୍ଯ୍ୟ କୁହନ୍ତି କି ପିଣ୍ଡର ସୃଷ୍ଟି ମଣିଷର ମୃତ୍ୟୁ ଓ ଜନ୍ମ ପରେ ହୋଇଥାଏ । ଯେତେବେଳେ ମୃତ୍ୟୁ ହୋଇଥାଏ, ସେତେବେଳେ ଶରୀରରୁ ବାହାରିଥିବା ଆତ୍ମାର ରୂପ ଗୋଲାକାର ହୋଇଥାଏ । ଏଥିପାଇଁ ପ୍ରଦାନ କରାଯାଉଥିବା ପିଣ୍ଡର ରୂପ ଗୋଲାକାର ହୋଇଥାଏ । ଫଳରେ ଶ୍ରଦ୍ଧାଳୁମାନେ ପ୍ରଦାନ କରୁଥିବା ପିଣ୍ଡ ଗୋଲାକାର ରୂପରେ ହିଁ ଅର୍ପଣ କରାଯାଇଥାଏ ।

ସେହିଭଳି ପଣ୍ଡିତ ରମାଚାର୍ଯ୍ୟ କୁହନ୍ତି ପିତୃପୁରୁଷ ସାତ ପ୍ରକାର ହୋଇଥାଏ । ପିଣ୍ଡଦାନ ସମୟରେ ପ୍ରଥମେ ଏହି ସାତଜଣଙ୍କୁ ପିଣ୍ଡ ଦାନ ଦେଇଥାଉ । ଏହା ପରେ ପିତୃପୁରୁଷଙ୍କୁ ପିଣ୍ଡ ଦେଇଥାଉ । ଶୁକ୍ରାଣୁ ଓ ଆତ୍ମା ଦୁଇ ଜଣଯାକ ପିତା ଅଟନ୍ତି । ଯେପରିକି ଚଣା ଏବଂ ମୁଗ ମଧ୍ୟରେ ରହିଥିବା ଗଜା ପିତା ଅଟେ । ଏହାର କେବେ ମୃତ୍ୟୁ ହୋଇନଥାଏ । ବେଦମନ୍ତ୍ର ମାଧ୍ୟମରେ ଆକାଶ ଓ ପୃଥିବୀକୁ ପିତାର ସ୍ଥାନ ଦିଆଯାଇଛି ବୋଲି ସେ କହିଥିଲେ ।

ABOUT THE AUTHOR

...view details